କନକ ବ୍ୟୁରୋ : ସିଧା ସଳଖ ଭାରତୀୟ ନାଗରିକ ହୁଅନ୍ତୁ କି ଭାରତୀୟ ବଂଶୋଦ୍ଭବ, ଏବେ ଏମାନେ ବିଦେଶରେ ନାମ କମାଇ ଦେଶକୁ ଗୌରବାନ୍ୱିତ କରିବାରେ ଲାଗିଛନ୍ତି । ଆମେରିକା ସରକାରରେ ବିିଭିନ୍ନ ମୁଖ୍ୟ ପଦ ପଦବୀରେ ଭାରତୀୟ ବଂଶୋଦ୍ଭବମାନେ ଅବସ୍ଥାପିତ ହେଉଥିବା ଖବର ଭିତରେ ଏବେ ବ୍ରିଟେନର ପ୍ରତିଷ୍ଠିତ ଅକ୍ସଫୋର୍ଡ ବିଜନେଓ ସ୍କୁଲର ଡିନ ଭାବେ ଅବସ୍ଥାପିତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ସୌମିତ୍ର ଦତ୍ତା ଜୁନମାସ ପହିଲାରେ ସେ ପଦଭାର ସମ୍ଭାଳିବେ ବୋଲି ସୂଚନା ମିଳିଛି । ଏବେ ସୌମିତ୍ର ଦତ୍ତା ଆମେରିକାର କାରନେଲ ୟୁନିଭରସିଟିର ଏସି ଜନସନ୍ କଲେଜ ଅଫ ବିଜେନେସରେ ମ୍ୟାନେଜମେଣ୍ଟ ପ୍ରଫେସର ଅଛନ୍ତି ।

Advertisment

ଏହି ପଦ ପାଇବା ପରେ ସୌମିତ୍ର କହିଛନ୍ତି କି ଅକ୍ସଫୋର୍ଡ ୟୁନିଭରସିଟି ବିଜନେସ ସ୍କୁଲର ଡିନ୍ ପଦ ପାଇବା ତାଙ୍କ ପାଇଁ ଏକ ରୋମାଞ୍ଚକର ବିଷୟ । ଏହାସହ ସେ କହିଛନ୍ତି କି, ତାଙ୍କ ଝିଅ ଅକ୍ସଫୋର୍ଡରୁ ଗ୍ରାଜୁଏସନ ସମାପ୍ତ କରିଛନ୍ତି । ଅନ୍ୟପଟେ ସେ ଅକ୍ସଫୋର୍ଡ ୟୁନିଭରସିଟିରେ ଯୋଗ ଦେବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ।

ସୌମିତ୍ର ଦତ୍ତାଙ୍କ ନିଯୁକ୍ତି ପିଟର ଟୁଫନୋଙ୍କ ସ୍ଥାନରେ ହୋଇଛି । ସେ ତାଙ୍କର ୧୦ ବର୍ଷର କାର୍ଯ୍ୟକାଳ ପରେ ୨୦୨୧ ରେ ବିଜନେସ ସ୍କୁଲରୁ ଇସ୍ତଫା ଦେଇଥିଲେ । ଏହାପରେ ର୍ୟୁ ଡାସନ ଅନ୍ତରୀଣ ଡିନ ଭାବେ ଏହି ପଦ ସମ୍ଭାଳିଛନ୍ତି ।

ଏନେଇ ର୍ୟୁ ଡର୍ସନ କହିଛନ୍ତି କି “ଆମେ ଓ ଆମ ସ୍କୁଲର ପ୍ରଫେସରମାନେ ଦତ୍ତାଙ୍କୁ ଉତ୍ସୁକତାର ସହ ଅପେକ୍ଷା କରିଛୁ ,ତାଙ୍କ ପାଖରେ ବାଣିଜ୍ୟ ନେତୃତ୍ୱର ସମୃଦ୍ଧ ଅନୁଭବ ରହିଛି , ଏହା ଆମ ସମସ୍ତଙ୍କ ପାଇଁ ଲାଭଦାୟକ ହେବ”