ଭାରତୀୟ ନୌସେନାକୁ ମିଳିଲା ଗାଇଡେଡ ମିଜାଇଲ ଡେଷ୍ଟ୍ରୟର : ଆଇଏନଏସ ବିଶାଖାପାଟନମ୍ ନାଁରେ ହେବ ନାମିତ

ମାଝେଗାଓଁ ଡକୟାର୍ଡରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଯୁଦ୍ଧପୋତ; ୨୮ ଅକ୍ଟୋବରରେ ନୌସେନାକୁ ହସ୍ତାନ୍ତର୍ କରାଯାଇଥିବା ସୂଚନା

118

କନକ ବ୍ୟୁରୋ : ଶକ୍ତି ବଢାଉଛି ଭାରତୀୟ ନୌସେନା । ଗାଇଡେଡ ମିଜାଇଲ ଡେଷ୍ଟ୍ରୟର ବା ନିର୍ଦ୍ଦେଶିତ କ୍ଷେପଣାସ୍ତ୍ର ବିଧ୍ୱଂସକ- ପି- ୧୫ବି ଭାରତୀୟ ନୌସେନାକୁ ହସ୍ତାନ୍ତର ହୋଇଛି । ଅକ୍ଟୋବର ୨୮ ତାରିଖରେ ଏହି ଅତ୍ୟାଧୁନିକ ଯୁଦ୍ଧ ପୋତ ମିଳିଥିବା ନେଇ ଟ୍ୱିଟ କରି ସୂଚନା ଦେଇଛି ନୌସେନା ।

ମୁମ୍ବାଇର ମାଝେଗାଓଁ ଡଳୟାର୍ଡରେ ଏହାକୁ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଏହି ଯୁଦ୍ଧ ଯାହାଜର ନାଁ ଆଇଏନଏସ ବିଶାଖାପଟଣା ରଖାଯିବ ବୋଲି ନୌସେନା କହିଛି । ନୌସେନାକୁ ମିଳିଥିବା ଏହି ଅତ୍ୟାଧୁନିକ ଯୁଦ୍ଧ ଯାହାଜଟି ନିଜ ଡେକରୁ ହିଁ ଶତ୍ରୁ ପକ୍ଷର ବିମାନଭେଦୀ କ୍ଷେପଣାସ୍ତ୍ରକୁ ଲକ୍ଷ୍ୟଭେଦ କରିପାରିବ ।

– ଆଇଏନଏସ କୋଲକାତା କ୍ଲାସର ଡେଷ୍ଟ୍ରୟର ସହିତ ଏହି ଯୁଦ୍ଧ ଯାହାଜର ଅନେକ ସମାନତା ରହିଛି
– ଏହାର ମାରକ କ୍ଷମତାକୁ ଅଧିକ ବିକଶିତ କରାଯାଇଛି ଓ ଅନେକ ବିଶେଷତ୍ୱ ମଧ୍ୟ ଯୋଡା ଯାଇଛି
– ସମସ୍ତ ଯୁଦ୍ଧାସ୍ତ୍ର ବହନ କରିବା ପରେ ଏହି ଯୁଦ୍ଧ ଯାହାଜର ଓଜନ ପ୍ରାୟ ୮ ହଜାର ୯ଶହ ଟନ୍
– ଯାହାଜରେ ଲାଗିଥିବା ରାଡାର ପ୍ରାୟ ଦେଢଶହ କିଲୋମିଟର ଦୂରରୁ ଶତ୍ରୁପକ୍ଷକୁ ଠାବ କରିପାରିବ
– ଆଇଏନଏସ ବିଶାଖାପାଟଣା ସର୍ବାଧିକ ୧୬ଟି ବ୍ରହ୍ମୋସ କ୍ଷେପଣାସ୍ତ୍ର ନେଇ ସମୁଦ୍ରରେ ଯାଇପାରିବ
– ଶତ୍ରୁ ପକ୍ଷର ବିମାନଭେଦୀ କ୍ଷେପଣାସ୍ତ୍ରକୁ ଚିହ୍ନଟ କରି ବ୍ରହ୍ମୋସ ଜରିଆରେ ଟାର୍ଗେଟ କରିବାକୁ ସମର୍ଥ
– ଯାହାଜରେ ଲାଗିଛି ୭୬ ମିଲିମିଟରର ସୁପର ରାପିଡ ଗନ୍, ଯାହାକୁ ହରିଦ୍ୱାରରେ ନିର୍ମାଣ କରାଯାଇଛି
– ୨ଟି ଆରଭ୍ୟୁ ୬ ଥାଉଜେଂଟ୍ ଆଂଟି ସବମେରାଇନ୍ ରକେଟ୍ ଲଂଚର ମଧ୍ୟ ଏହି ଯାହାଜରେ ରହିଛି