କରୋନା ନେଉଛି ଡାକ୍ତରଙ୍କ ଜୀବନ : ଦ୍ୱିତୀୟ ଲହରରେ ଦେଶର ବିଭିନ୍ନ ରାଜ୍ୟରୁ ୭୧୯ ଡାକ୍ତରଙ୍କ ଜୀବନ ନେଇଛି ମହାମାରୀ; ବିହାରରେ ସର୍ବାଧିକ ୧୧୧ ଜଣଙ୍କ ମୃତ୍ୟୁ

117

କନକ ବ୍ୟୁରୋ : ସାରା ଦେଶରେ କରୋନାର ଦ୍ୱିତୀୟ ଲହର ନେଲାଣି ୭୧୯ ଡାକ୍ତରଙ୍କ ଜୀବନ । ଇଣ୍ଡିଆନ ମେଡିକାଲ ଆସୋସିଏସନ ଏନେଇ ଦିଆଯାଇଛି ସୂଚନା । ବିହାରରେ ସର୍ବାଧିକ ୧୧୧ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସେହିଭଳି ଦିଲ୍ଲୀରେ ୧୦୯ ଓ ଉତରପ୍ରଦେଶରେ ୭୯, ପଶ୍ଚିମବଙ୍ଗରୁ ୬୩ ଜଣ ଡାକ୍ତରଙ୍କ ଜୀବନ ଯାଇଛି । ପଂଜାବରେ ୪୩ ଜଣ ଓ ଝାଡଖଣ୍ଡରେ ୩୯ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି ।

ଗୁଜରାଟରେ ୩୭, ଆନ୍ଧ୍ରପ୍ରଦେଶରେ ୩୫ଜଣ ଓ ତେଲେଙ୍ଗାନାରେ ୩୬ ଜଣ ଲେଖାଁଏ ଡାକ୍ତରଙ୍କ ଜୀବନ ନେଇଛି କରୋନାର ଦ୍ୱିତୀୟ ଲହର । କରୋନାରେ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଦିନରାତି କାମ କରୁଛନ୍ତି ଡାକ୍ତର । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ଘାତକ ଓ ସଂକ୍ରାମକ ହୋଇଛି । କରୋନା ବିରୋଧରେ ସବୁଠୁ ଆଗରେ ରହି ଯୁଦ୍ଧ ଲଢୁଛନ୍ତି ଡାକ୍ତର । ନିଜ ଜୀବନକୁ ବାଜି ଲଗାଇ ଅତି ନିସ୍ୱାର୍ଥପର ଭାବେ ଏହି ଭୂତାଣୁ କବଳରୁ ରକ୍ଷା କରିବା ପାଇଁ ସେବା ଯୋଗାଇ ଆସୁଛନ୍ତି ।