ସାମ୍ନାକୁ ଆସିଲା Indian Idol ଅଡିସନ ପଛରେ ଥିବା ସତ୍ୟତା ! ପିଇବା ପାଇଁ ପାଣି ମାଗିବାରୁ ପ୍ରତିଯୋଗୀଙ୍କୁ ମାଡ ମାରିଲେ କର୍ମଚାରୀ ।

31

ସିଙ୍ଗିଲ ରିଆଲିଟି ‘ସୋ’ମାନଙ୍କ ମଧ୍ୟରେ ଇଣ୍ଡିଆନ ଆଇଡଲ ଏକ ପପୁଲାର ‘ସୋ’ ହୋଇପାରିଛି । ଏହି ସୋକୁ ଅନେକ ଲୋକ ପସନ୍ଦ କରନ୍ତି । ସଂଗୀତକାର ମାନେ ଏହି ସୋକୁ ନେଇ ନିଜ ଭବିଷ୍ୟତର ସ୍ୱପ୍ନ ବୁଣିଥାନ୍ତି । କିନ୍ତୁ ଏଠାରେ ଷ୍ଟେଜକୁ ଆସିବା ପୂର୍ବରୁ ଅଡିସନ ଦେବାକୁ ଆସୁଥିବା ପ୍ରତିଯୋଗୀଙ୍କ ସହ କେଉଁଭଳି ବ୍ୟବହାର କରାଯାଏ ତାହା ଜଣେ ପୂର୍ବତନ ପ୍ରତିଯୋଗୀ ନିଶାନ୍ତ କୌସିକ ଟ୍ୱିଟ ଜରିଆରେ ଖୁଲାସା କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାକୁ ଲାଗିଛି ।

ନିଶାନ୍ତଙ୍କ କହିବା ଅନୁଯାୟୀ, ୨୦୧୨ ମସିହାରେ ସେ ଯେତେବେଳେ ଇଣ୍ଡିଆନ ଆଇଡଲ ପ୍ରତିଯୋଗୀତାରେ ଭାଗନେବା ପାଇଁ ମୁମ୍ବାଇ ପହଞ୍ଚିଥିଲେ ସେତେବେଳେ ମେ ମାସ ଥିଲା । ପ୍ରବଳ ଗରମ ହେଉଥିଲା । ସକାଳ ୫ଟା ବେଳଠାରୁ ଅଡିସନରେ ଭାଗ ନେବା ପାଇଁ ଲାଇନ ଲାଗିବା ଆରମ୍ଭ ହୋଇଯାଇଥିଲା । ଆଖପାଖରେ ନାତ ପିଇବା ପାଣିର ସୁବିଧା ନା କୌଣସି ଟଏଲେଟ ଥିଲା । ଖାଇବା ପାଇଁ ମଧ୍ୟ ସେଠାରେ କୌଣସି ଦୋକାନ ବଜାର ମଧ୍ୟ ନଥିଲା । ସାକାଳ ୫ଟା ବେଳୁ ଲୋକମାନେ ଲାଇନରେ ଛିଡା ହୋଇଥିଲେ । ନିଜ ଯାଗା ଛାଡି କେହି ପାଣି ପିଇବାକୁ କି ଟଏଲେଟ ମଧ୍ୟ ଯାଉନଥିଲେ । କାରଣ ଲାଇନରୁ ବାହାରକୁ ବାହାରି ଗଲେ ଦ୍ୱିତୀୟ ଥର ସେହି ସ୍ଥାନ ତାଙ୍କୁ ମିଳିପାରିବ ନାହିଁ । ଏହି କାରଣରୁ କେହି ନିଜ ସ୍ଥାନ ଛାଡି ଯାଇ ପାରୁନଥିଲେ । ଏଭଳି ପରିସ୍ଥିତିରେ ଯଦି କୌଣସି ପ୍ରତିଯୋଗୀ ପାଣି କିମ୍ବା ଟଏଲେଟ ବିଷୟରେ କ୍ରୁଙ୍କୁ କିଛି ପଚାରନ୍ତି ତେବେ ତାଙ୍କ ପକ୍ଷରୁ କୌମସି ଉତ୍ତର ମିଳିନଥାଏ । ଭୋକ ଉପାସରେ ପ୍ରତିଯୋଗୀମାନେ ଲାଇନରେ ଛିଡା ହୋଇଥାନ୍ତି ଠିକ ସେହି ସମୟରେ ସମସ୍ତଙ୍କୁ ବାହାରେ ଥିବା ଏକ ଷ୍ଟେଜ ଯିବା ପାଇଁ କୁହାଗଲା । ଇଣ୍ଡିଆନ ଆଇଡଲରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣେ ସଂଗୀତକାର ସେଠାରେ ଗିତ ଗାଉଥିଲେ । ସେହି ଗ୍ରାଉଣ୍ଡ ମଧ୍ୟରେ ଗୋଟିଏ ପାଣି ଟ୍ୟାଙ୍କ ଏବଂ ଗୋଟିଏ ଟଏଲେଟ ବ୍ୟବସ୍ଥା ଥିଲା । ଏତେ ଲୋକଙ୍କ ଭିତରେ ଏହି ବ୍ୟବସ୍ଥା ଖୁବ କମ ଥିଲା । ସେଠାରେ ପହଞ୍ଚିବା ପରେ ମଧ୍ୟ ପ୍ରତିଯୋଗୀ ମାନଙ୍କୁ ଅଡିସନ ବିଷୟରେ କିଛି ବି କୁହାଯାଉନଥିଲା । ଶେଷରେ ଜଣେ ପ୍ରତିଯେଗୀ ରାଗିଯାଇ ସେଠାରେ ଥିବା ଜଣେ ଷ୍ଟାପଙ୍କୁ ଅଡିସନ କେଉଁଠି ହେଉଛି ଏବଂ ଜର୍ଜମାନେ କାହାନ୍ତି ବୋଲି ପଚାରିଥିଲେ । ଏହା ଶୁଣିବା ପରେ ଜଣେ କ୍ରୁ ମେମ୍ବର ତାଙ୍କ ଉପରେ ଚିଲାଇବା ସହ ହଜାର ଲୋକଙ୍କ ଭିଡ ଆଗରେ ତାଙ୍କୁ ଥାପଡ ମାରିଦେଇଥିଲେ । ଏହା ଦେଖି ସବୁ ଲୋକ ସ୍ତବ୍ଦ ହୋଇଯାଇଥିଲେ ।

ଟ୍ୱିଟ ଜରିଆରେ ନିଶାନ୍ତ ଇଣ୍ଡିଆନ ଆଇଡଲ ବିଷୟରେ କହିଥିବା ଏହି କଥା ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାକୁ ଲାଗିଛି । କିନ୍ତୁ ସେପଟେ ଇଣ୍ଡିଆନ ଆଇଡଲ ମେକର୍ସଙ୍କ ତରଫରୁ କୌଣସି ବୟାନ ଶୁଣିବାକୁ ମିଳିନାହିଁ ।