ସବୁଠାରୁ ମହଙ୍ଗା ନିର୍ବାଚନ ହେଲା ୨୦୧୯ର ସାଧାରଣ ନିର୍ବାଚନ। ଖର୍ଚ୍ଚ ହୋଇଛି ୬୦ ହଜାର କୋଟି ଟଙ୍କା। ଗତବର୍ଷ ତୁଳନାରେ ବ୍ୟୟ ହୋଇଛି ଦୁଇଗଣା

190

କନକ ବ୍ୟୁରୋ: ସରିଛି ଲୋକସଭା ନିର୍ବାଚନ । ସମସ୍ତଙ୍କ ମନରେ ଉତ୍କଣ୍ଠା ଥିବ ଏଥର ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ସଂସ୍ଥା ସେଂଟର ଫର ମିଡିଆ ଷ୍ଟଡିଜର ଆକଳନ ଅନୁସାରେ, ଏହି ନିର୍ବାଚନ ଭାରତର ସବୁଠାରୁ ମହଙ୍ଗା ନିର୍ବାଚନ ସାବ୍ୟସ୍ତ ହୋଇଛି । ଏଥର ଖର୍ଚ ହୋଇଛି ୬୦ ହଜାର କୋଟି ଟଙ୍କା । ଅର୍ଥାତ ୨୦୧୪ ନିର୍ବାଚନ ଅପେକ୍ଷା ଦୁଇଗୁଣା ଟଙ୍କା ଖର୍ଚ୍ଚ ହୋଇଛି ।

image courtesy – Tentaran

ଗତ ବର୍ଷ ତଥା ୨୦୧୪ ନିର୍ବାଚନରେ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ସେଂଟର ଫର ମିଡିଆ ଷ୍ଟଡିଜର ଆକଳନ ଅନୁସାରେ, ଜଣେ ଭୋଟରଙ୍କ ପିଛା ପାଖାପଖି ୭ ଶହ ଟଙ୍କା ଖର୍ଚ୍ଚ ହୋଇଛି । ଏହିଭଳି ଭାବେ ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଶହେ କୋଟି ଲେଖାଁଏ ଖର୍ଚ୍ଚ ହୋଇଛି । ରିପୋର୍ଟ ଅନୁସାରେ, ୧୨ରୁ ୧୫ ହଜାର କୋଟି ଟଙ୍କା ଭୋଟରଙ୍କ ଉପରେ ଖର୍ଚ୍ଚ କରାଯାଇଛି ।

image courtesy – Business Today

ସେହିଭଳି ବିଜ୍ଞାପନ ଉପରେ ଖର୍ଚ୍ଚ ହୋଇଛି ୨୦ରୁ ୨୫ ହଜାର କୋଟି ଟଙ୍କା । ଲଜିଷ୍ଟିକ ଉପରେ ଖର୍ଚ୍ଚ ହୋଇଛି ୫ରୁ ୬ ହଜାର କୋଟି ଟଙ୍କା । ଏଭଳି ଭାବେ ଦେଖିଲେ ମୋଟ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସେଂଟର ଫର ମିଡିଆ ଷ୍ଟଡିଜର ରିପୋର୍ଟ କହିଛି । ୧୯୯୮ରୁ ୨୦୧୯ ମଧ୍ୟରେ ଦେଶର ନିର୍ବାଚନ ଖର୍ଚ ୬ରୁ ୭ ଗୁଣା ବୃଦ୍ଧି ପାଇଛି । ୧୯୯୮ରେ ନିର୍ବାଚନରେ ପ୍ରାୟ ୯ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।