ଯୁଦ୍ଧ ପାଇଁ ପାକିସ୍ତାନକୁ ଚ୍ୟାଲେଂଜ ଦେଉଛି ଭାରତ। ହେଲେ ଜାଣିଛନ୍ତି କି ଆକ୍ରମଣ ପାଇଁ କିଏ ରହିଛି କେତେ ପ୍ରସ୍ତୁତ… 

713

ପୁଲୱାମା ଆକ୍ରମଣ ପରେ ଭାରତଠାରୁ କଡା ଚେତାବନୀ ପାଇବା ପରେ ବି ପାକିସ୍ତାନ ସରକାର ଇମ୍ରାନ ଖାନ ଖୋଲା ଚ୍ୟାଲେଂଜ ଦେଇଛନ୍ତି କି ଯଦି ଭାରତ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ପାକିସ୍ତାନ ବି ତାର ଜବାବ ଦେବ । କିନ୍ତୁ ଏଠାରେ ଆମେ କହି ରଖିବାକୁ ଚାହିଁବୁ କି, ପାକିସ୍ତାନର ପ୍ରତିରକ୍ଷା ବଜେଟ ରହିଛି ମାତ୍ର ୯.୬ ଅରବ ଡଲାର । ଯାହାକି ଭାରତର ପ୍ରତିରକ୍ଷା ବଜେଟଠାରୁ ୫ ଗୁଣା କମ୍ । ଆମ ଦେଶର ପ୍ରତିରକ୍ଷା ବଜେଟ୍ ରହିଛି ୪୫ ଆରବ ଡଲାର । ଅର୍ଥାତ୍ ଆମ ଦେଶର ସୁରକ୍ଷା ବଳ ଉପରେ ଏକ ବର୍ଷରେ ଯେତେ ଟଙ୍କା ଖର୍ଚ୍ଚ କରାଯାଉଛି, ପାକିସ୍ତାନ ପାଂଚ ବର୍ଷରେ ତାହା କରିଥାଏ । ଏହାସତ୍ୱେ ବି ପାକିସ୍ତାନ ଭାରତକୁ ସବୁବେଳେ ନାଲି ଆଖି ଦେଖାଉଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ୨୦୧୭-୧୮ ତୁଳନାରେ ପାକିସ୍ତାନ ୨୦୧୮-୧୯ରେ ନିଜର ପ୍ରତିରକ୍ଷା ବଜେଟ୍ ୨୦ ପ୍ରତିଶତ ବୃଦ୍ଧି କରିଛି । ସେହିପରି ଉଭୟ ଦେଶ ନିକଟରେ ବାଲାଷ୍ଟିକ୍ ମିଶାଇଲ ରହିଛି , ଯାହାକି ନ୍ୟୁକ୍ଲିଆଲ ଅସ୍ତ୍ରକୁ ମାତ୍ ଦେଇପାରେ । ଭାରତ ନିକଟରେ ୯ ପ୍ରକାରର ଅପରେସନାଲ ମିସାଇଲ ରହିଛି । ଏଥିରେ ଅଗ୍ନୀ-୩ ବି ସାମିଲ ରହିଛି ଆଉ ଏହାର ରେଂଜ ୩ ହଜାର କିଲୋମିଟରରୁ ଆରମ୍ଭ କରି ୫ ହଜାର କିଲୋମିଟର ଯାଏଁ  ରହିଛି । ପାକିସ୍ତାନ ନିକଟରେ ଚୀନ ସହାୟତାରେ ପ୍ରସ୍ତୁତ ପୋଷାକ ଏବଂ ଲଗ୍ନ ରେଂଜ ମିସାଇଲ ମଧ୍ୟ ରହିଛି । ଏସଂପର୍କରେ ଦାବି କରାଯାଉଛି କି ଏହା ଭାରତର କୌଣସି ବି ଭାଗରେ ପହଂଚିପାରେ । ଏଥିମଧ୍ୟରୁ ଶାହିନ୨ର ରେଂଜ ସବୁଠୁ ଅଧିକ ୨ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି । ଯଦି ନ୍ୟୁକ୍ଲିଆର ଅସ୍ତ୍ର ସଂପର୍କରେ କହିବା ତେବେ ପାକିସ୍ତାନ ନିକଟରେ ୧୪୦ରୁ ୧୫୦ ଅସ୍ତ୍ରଶସ୍ତ୍ର ରହିଛି । ଯେବେକି ଭାରତ ନିକଟରେ ମାତ୍ର ୧୩୦ରୁ୧୪୦ ହତିଆର ରହିଛି ।

ଆର୍ମି

ଭାରତ ନିକଟରେ ୧୨ ଲକ୍ଷ ମଜଭୁତ ସୈନ୍ୟବଳ ରହିଛି । ଆମ ପରସ ୩,୫୬୫, ଯୁଦ୍ଧକ ଟ୍ୟାଙ୍କ,  ଅସ୍ତ୍ରଶସ୍ତ୍ର ଭରା ୩୩୬ଟି ଘରୋଇ ଯୁଦ୍ଧ ବିମାନ, ଏବଂ ୯୭୧୯ଟି ତୋପ ରହିଥିବା ବେଳେ ପାକିସ୍ତାନୀ ସେନାରେ ୫,୬୦,୦୦୦ ସୈନିକ ଅଛନ୍ତି ଏବଂ ଟ୍ୟାକ୍ସର ସଂଖ୍ୟା ୨,୪୯୬ ରହିଛି, ଅସ୍ତ୍ରଶସ୍ତ୍ରରେ ଖଜିତ ୧,୬୦୫ଟି ଯୁଦ୍ଧ ବିମାନ ଏବଂ ୪,୪୭୨ଟି ତୋପ ରହିଛି ।

ଏୟାର ଫୋର୍ସ

ଭାରତୀୟ ବାୟୁ ସେନାରେ ୧,୨୭,୨୦୦ଜଣ ସୈନ୍ୟ ଏବଂ ୮୧୪ କମ୍ବେଟ ଏୟାରକ୍ରାଫ୍ଟ ରହିଥିବା ବେଳେ ପାକିସ୍ତାନ ନିକଟରେ ୪୨୫ କମ୍ବେଟ ଏୟାରକ୍ରାଫ୍ଟ ରହିଛି । ଏଥି ମଧ୍ୟରୁ ଚୀନ ଦ୍ୱାରା ନିର୍ମିତ ଏଫ୍-୭ପିଜି ଏବଂ ଆମେରିକୀ ଏଫ୍-୧୬ ଫାଇଟିଂ ଫାଲକନ ଜେଟ ବି ସାମିଲ । ପାକିସ୍ତାନ ନିକଟରେ ୭ଟି ଏୟାରବୋର୍ଣ୍ଣ ୟର୍ଲି ଓାର୍ଣ୍ଣିଂ ଆଣ୍ଡ କନଟ୍ରୋଲ ଏୟାରକ୍ରାଫ୍ଟ ରହିଥିବା ବେଳେ ଭାରତ ପାଖରେ ମାତ୍ର ୪ଟି ରହିଛି ।