ହନିଟ୍ରାପ୍ କୁ ନେଇ ଭାରତୀୟ ସେନାର ଚିନ୍ତା । ଟ୍ରାପ୍ ରୋକିବାକୁ ସେନା ଆପଣାଇଲା ଅଭିନବ ଉପାୟ । କେମିତି ରହିବେ ନିବୃତ୍ତ, ଭିଡିଓ ମାଧ୍ୟମରେ ଯବାନଙ୍କୁ ଦିଆଯାଉଛି ଶିକ୍ଷା 

1,313

କନକ ବ୍ୟୁରୋ : ଶତ୍ରୁରାଷ୍ଟ୍ରର ହନିଟ୍ରାପ ରୋକିବାକୁ ଭାରତୀୟ ସେନାର ନୂଆ ଯୋଜନା । ଶତୃରାଷ୍ଟ୍ର ଦ୍ୱାରା ହନିଟ୍ରାପ ମାଧ୍ୟମରେ ଫସୁଥିବା ଯବାନ ମାନଙ୍କୁ ଦିଆଯିବ ନୂତନ ଜ୍ଞାନ କୌଶଳର ଶିକ୍ଷା । ଭାରତୀୟ ସେନା ଆଣିଲା ଫେସ୍କାଲ ପ୍ରୋଫାଇଲ କ୍ଳୋନିଂ ବନ୍ଦ କରିବାର ବ୍ୟବସ୍ଥା । ଏହାଦ୍ୱାରା ଯବାନ ମାନଙ୍କ ଫେସବୁକ୍ ଆସୁଥିବା ନୋଟିଫିକେସନକୁ ଆଗୁଆ କରାଯାଇପାରିବ ଯାଂଚ ।

ସିଆରପିଏଫ୍ ସେମାନଙ୍କ ଯବାନ ମାନଙ୍କର ଫେସବୁକ୍ ପ୍ରୋଫାଇଲକୁ ବନ୍ଦ କରିବା ପାଇଁ ଏକ ଆଲାର୍ମ ପ୍ରକାଶ କରି ଏକ ଚିଠି ଜାରୀ କରିଛନ୍ତି । ଦେଖା ଦେଇଛି ଯେ  ଶତୃରାଷ୍ଟ୍ର ବିିଭିନ୍ନ ଉପାୟରେ ଭାରତୀୟ ସେନା ମାନଙ୍କୁ ଫସାଇ ଦେଉଛି । ଯେମିତି କି ଫେସବୁକ୍ ସାଇଟ୍ କୁ ଏନେଇ ଏକ ବଡ ମାଧ୍ୟମ କରିଛି ଶତୃରାଷ୍ଟ୍ର । ଯବାନ ମାନଙ୍କ ଫେସବୁକ୍ କୁ ଆସୁଛି ସୁନ୍ଦରୀ ମହିଳା ମାନଙ୍କର ଫ୍ରେଣ୍ଡ ରିକ୍ୱେଷ୍ଟ । ଏହି ମହିଳା ମାନେ ଧିରେ ଧିରେ ଯବାନ ମାନଙ୍କ ସହ ବନ୍ଧୁତା କରୁଛନ୍ତି । ଏହା ପରେ ଯବାନ ମାନଙ୍କୁ ହନିଟ୍ରାପ୍ ମାଧ୍ୟମରେ ଫସାଇ ସେମାନଙ୍କ ଠାରୁ ଦେଶର ଅନେକ ଗୁପ୍ତ ତଥ୍ୟ ହାସଲ କରୁଛନ୍ତି । ଏହାକୁ ସୁରକ୍ଷିତ ଓ ଗୁପ୍ତ ରଖିବାକୁ ସେମାନେ ଫେସ୍କାଲ ପ୍ରୋଫାଇଲ କ୍ଲୋନିଂ ଭଳି ଆପ୍ ବ୍ୟବହାର କରୁଛନ୍ତି । ଏହା ଉପରେ ରୋକ୍ ଲଗାଇବାକୁ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ଯବାନ ମାନଙ୍କୁ ଏକ ଚିଠି ଜାରୀ କରାଯାଇଛି ଭାରତୀୟ ସେନା ।

ଏହା ବ୍ୟତିତ ସିଆରପିଏଫ୍ ର ସୋସିଆଲ ମିଡିଆ ଟିମ୍ ‘ ସୋସିଆଲ ମିଡିଆ କ୍ଲୋନିଂ ଉପରେ ମାନୁଆଲ’ ଜାରି କରିଛନ୍ତି । ଏହାସହ ସୁରକ୍ଷାକର୍ମୀ ମାନଙ୍କୁ ଟାର୍ଗେଟ୍ କରିବାକୁ କିଭଳି ଫେସବୁକ୍ ପ୍ରୋଫାଇଲ କ୍ଲୋନିଂ ବ୍ୟବହାର କରାଯାଏ ଓ ଏହାକୁ କିଭଳି ପ୍ରତିରୋଧ କରାଯାଇ ପାରିବ ସେ ନେଇ ଏକ ଭିଡିଓ ଜାରି କରାଯାଇଛି ।

ସିଆରପିଏଫ୍ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ଗତ କିଛିମାସ ମଧ୍ୟରେ ସେମାନଙ୍କ ପରିବାର ସଦସ୍ୟ ଓ ବନ୍ଧୁ ମାନଙ୍କର କ୍ଲୋନ ପ୍ରୋଫାଇଲକୁ ଅନେକ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଛି ଓ ତାହାକୁ ସେମାନେ ଗ୍ରହଣ କରିଛନ୍ତି । ଏହାସହ ଏହି ବନ୍ଧୁମାନଙ୍କୁ ଟଙ୍କାର ଲୋଭ ଦେଖାଇ ଯବାନ ମାନଙ୍କର ସ୍ଥିତି ଓ ଫେସବୁକ୍ ଆଇଡି ମାଗୁଥିବା ବି କିଛି ଯବାନ ଅଭିଯୋଗ କରିଛନ୍ତି ।

ଏହାକୁ ପ୍ରତିହତ କରିବା ଓ କିଭଳି ଭାବେ ଯବାନ ମାନଙ୍କୁ ଏଭଳି ଫେସ୍କାଲ କ୍ଲୋନିଂ ଆପ୍ ମାଧ୍ୟମରେ ହନିଟ୍ରାପ୍ ରୁ ରକ୍ଷା କରିବାକୁ ଅଣ୍ଟା ଭିଡିଛି ଭାରତୀୟ ସେନା ।