ଯାଜପୁରର ୨ ଯବାନଙ୍କ ମହାନତାକୁ ନେଇ ଚାରିଆଡେ ପ୍ରଶଂସା: ନିଜସ୍ୱ ଖର୍ଚ୍ଚରେ ଅନାଥ ଝିଅର କରାଇଲେ ବାହାଘର

312

କନକ ବ୍ୟୁରୋ: ଯବାନମାନେ କେବଳ ଦେଶର ସୀମାରେ ରହି ଶତ୍ରୁ କବଳରୁ ଆମକୁ ସୁରକ୍ଷା ଦିଅନ୍ତି ନାହିଁ ।ବିପଦ-ଆପଦରେ ଲୋକଙ୍କୁ ସାହାଯ୍ୟ କରିବାର ଅନେକ ନଜିର ରହିଛି । ଯାଜପୁରର ସେମିତି ଦୁଇ ଜଣ ଯବାନଙ୍କ ବଦାନ୍ୟତା ଆଗରେ ମଥା ନଇଁ ଯାଉଛି । ଆର୍ôଥକ ସମସ୍ୟା ପାଇଁ ଝିଅ ବାହାଘର ଭାଙ୍ଗିଯିବାକୁ ବସିଥିଲା, ଖବର ପାଇ ସୀମାରୁ ଛୁଟିରେ ଆସିଲେ ଦୁଇ ଯବାନ । ଆଉ ଅପରିଚିତ ଝିଅ ପାଇଁ ସମସ୍ତ ଖର୍ଚ ବହନ କରି ବିବାହ କରିବା ଘଟଣା ଏବେ ଚର୍ଚାର ବିଷୟ ପାଲଟିଛି । ଏହି ଦୁଇ ଯବାନ ହେଉଛନ୍ତି ସଂଗ୍ରାମ ନାୟକ ଓ ଚିତରଞ୍ଜନ ବେହେରା ।

ଏମାନଙ୍କ ସହଯୋଗ ଓ ସହାୟତାରେ ବରୀ ରମ୍ପା ଗାଁର ଅଭାବୀ ପରିବାରର ଝିଅ ପଦ୍ମିନୀ ବେହେରାଙ୍କୁ ମିଳିଛି ନୂଆ ଜୀବନ । ପଦ୍ମିନୀଙ୍କ ବିବାହ ଠିକ ହୋଇସାରିଥିଲା, କିନ୍ତୁ ଅର୍ଥ ଅଭାବରୁ ବିବାହ ଭାଙ୍ଗିଯିବାକୁ ବସିଥିଲା । ଏହି ଖବର ପାଇଥିଲେ ବିହାରରେ ସଶସ୍ତ୍ର ସୀମା ବଳରେ କାର୍ଯ୍ୟରତ ଦୁଇ ଯବାନ ସଂଗ୍ରାମ ଓ ଚିତରଂଜନ । ଏହାପରେ ଉଭୟେ ଛୁଟି ନେଇ ସିଧା ଚାଲିଆସିଲେ ଯାଜପୁରର ବରି । ଆଉ ପଦ୍ନିନୀଙ୍କ ବାହାଘର ପାଇଁ ସବୁ ବ୍ୟବସ୍ଥା କରିଥିଲେ । ଲକ୍ଷାଧିକ ଟଙ୍କାରେ ସୁନା ଅଳଙ୍କାର ଠାରୁ ଆରମ୍ଭ କରି ଆସବାବ ପତ୍ର କିଣିଥିଲେ । ନିଜେ ଉପସ୍ଥିତ ରହି ନିଜ ଭଉଣୀ ଭଳି ପଦ୍ମିନୀଙ୍କ ବିବାହକୁ ଖୁବ୍ ଧୁମଧାମରେ କରାଇଛନ୍ତି ଏହି ଦୁଇ ବନ୍ଧୁ ।