କନକ ବ୍ୟୁରୋ : ୱାଙ୍ଖଡେରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଇ ମୁକାବିଲା । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅପରିବର୍ତ୍ତିତ ଦଳ ସହ ମୈଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲାରେ ବିଜୟ ସହ ଫାଇନାଲ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ଏହାସହ ୨୦୧୯ ବିଶ୍ୱକପ ସେମିଫାଇନାଲର ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଛି ମେନ୍ ଇନ୍ ବ୍ଲୁ ।

Advertisment

ଚଳିତ ବିଶ୍ୱକପରେ ଭାରତ ଅପରାଜେୟ ରହି ସେମିଫାଇନାଲରେ ଏଣ୍ଟ୍ରି କରିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଶେଷ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲ ଟିକେଟ ହାତେଇଛି । ହୋମଗ୍ରାଉଣ୍ଡରେ ଖେଳାଯାଉଥିବାରୁ ଭାରତର ପଲ୍ଲା ଭାରି ରହିଛି ।