ପ୍ରଥମ ଦିନିକିଆ ଜିତିଲା ଭାରତ: ୬୭ ରନରେ ଶ୍ରୀଲଙ୍କାକୁ କଲା ପରାସ୍ତ

365

କନକ ବ୍ୟୁରୋ: ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚରେ ବାଜି ମାରିନେଇଛି ଭାରତ । ଏହି ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଛି । ଫଳରେ ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଭାରତ ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ମ୍ୟାଚରେ କୋହଲି ଶତକ ହାସଲ କରିଥିଲା ବେଳେ ଉମରାନ ମଲ୍ଲିକ ୱିକେଟ ନେଇଥିଲେ ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ଭାରତ । ଭାରତ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲା । ଦୁଇ ଓପନର ୧୪୩ ରନର ପାର୍ଟନରସିପ କରିଥିଲେ । ଏହି ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି ୧୧୩, ରୋହିତ ଶର୍ମା ୮୩, ଶୁଭମନ ଗିଲ ୭୦ ଓ କେଏଲ ରାହୁଲ ୩୯ ରନ କରିଥିଲେ । ଫଳରେ ଦଳ ୫୦ ଓଭରରେ ୭ ୱିକେଟ ହରାଇ ୩୭୩ ରନ କରିବାରେ ସଫଳ ହୋଇଥିଲା ।

୩୭୪ ରନର ଟାର୍ଗେଟ ନେଇ ଶ୍ରୀଲଙ୍କା ମୈଦାନକୁ ଓହ୍ଲାଇଥିଲା । ହେଲେ ବିଫଳ ହୋଇଥିଲା । ଦଳ ପକ୍ଷରୁ କ୍ୟାପଟେନ ଦାସୁନ ସଙ୍କା ୧୦୮ର ଶତକୀୟ ପାଳି ଖେଳିଥିଲେ ବଙ୍କଳ ପାଥୁମ ନିଶଙ୍କା ୭୨ ରନ କରିଥିଲେ । ସେହିପରି ଧନଞ୍ଜୟ ଡି ସିଲଭା ୪୭ ରନ କରିଥିଲେ । ହେଲେ ଅନ୍ୟ କୌଣସି ଖେଳାଳି ସଫଳ ହୋଇପାରିନଥିଲେ । ଫଳରେ ଦଳ ୫୦ ଓଭରରେ ୮ ୱିକେଟ ହରାଇ ୩୦୬ ରନ କରିବାରେ ସଫଳ ହୋଇଥିଲା ।