ଦିନିକିଆର ବଦଲା ଟି-ଟ୍ୱେଣ୍ଟିରେ । ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ବିରାଟ ବାହିନୀର ବାଜିମାତ୍ । ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଜିତିଲା ଭାରତ

289

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତ ଦମଦାର ବିଜୟ ହାସଲ କରିଛି । ଏହି ମ୍ୟାଚରେ ଟିମ ଇଣ୍ଡିଆ ୬ ୱିକେଟରେ ବିଜୟୀ ହୋଇଛି । ଏହାସହ ଦିନିକିଆର ବଦଲା ଟି-ଟ୍ୱେଣ୍ଟରେ ନେଇଛି ଭାରତ । ଭାରତ ବିଜୟ ସହ ୨-୦ ସିରିଜ କବଜା କରିଛି । ଏହି ମ୍ୟାଚରେ ଶିଖର ଧୱନ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ କରିଥିଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ ୱାଡେ ୫୮ ଓ ସ୍ମିଥ ୪୬ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୯୪ ରନ କରିବାରେ ସକ୍ଷମ ହୋଇଥିଲା ।

୧୯୫ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଭାରତ । ଟିମ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିଥିଲା । ଦଳ ପକ୍ଷରୁ ଶିଖର ଧୱନ୫୨, ବିରାଟ କୋହଲି ୪୦ ଓ କେଏଲ ରାହୁଲ ୩୦ ରନ କରିଥିଲେ । ଫଳରେ ଦଳ ୧୯ ଓଭର ୪ ବଲ ଖେଳି ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ।