ସ୍କଟଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ । ପଏଣ୍ଟ ଟେବୁଲର ୩ୟ ସ୍ଥାନକୁ ଉଠିଲା ବିରାଟ ବାହିନୀ ।

170

କନକ ବ୍ୟୁରୋ: ସ୍କଟଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ସ୍କଟଲ୍ୟାଣ୍ଡକୁ ୮ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ । ଶୁକ୍ରବାର ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରେ ବିରାଟ ବାହିନୀ ରୋମାଞ୍ଚକର ବିଜୟ ହାସଲ କରିବା ସହିତ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି ।

ଆଜି ପ୍ରଥମେ ଟସ୍ ଜିତି ବିରାଟ କୋହଲି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ସ୍କଟଲ୍ୟାଣ୍ଡ । ତେବେ ଟିମ୍ ଇଣ୍ଡିଆର ବୋଲିଂ ଆଗରେ ସ୍କଟଲ୍ୟାଣ୍ଡ ବ୍ୟାଟ୍ସମ୍ୟାନମାନେ ପ୍ୟାଭିଲିୟନ ମୁହାଁ ହୋଇଥିଲେ । ଦଳ କେବଳ ୮୫ ରନରେ ନିଜର ସମସ୍ତ ବ୍ୟାଟ୍ସମ୍ୟାନକୁ ହରାଇଥିଲା । ଭାରତ ପକ୍ଷରୁ ସାମି ଓ ଜାଡେଜା ୩ଟି ଲେଖାଏଁ ସଫଳତା ପାଇଥିବାବେଳେ ବୁମରାଙ୍କୁ ୨ଟି ଓ ଅଶ୍ୱିନୀଙ୍କୁ ୧ଟି ୱିକେଟ୍ ମିଳିଥିଲା ।

ତେବେ ୮୬ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ । ଆଉ ଦଳର ଦୁଇ ଓପନରଙ୍କ ଧୂଆଁଧାର ବ୍ୟାଟିଂ ସହିତ ଦଳ କେବଳ ୨ଟି ୱିକେଟ୍ ହରାଇ ସ୍କଟଲ୍ୟାଣ୍ଡ ବିପକ୍ଷରେ ବିଜୟ ହାସଲ କରିନେଇ