କମନୱେଲଥ ଗେମରେ ଭାରତୀୟ ମହିଳା କ୍ରିକେଟ ଟିମର ଦବଦବା, ଇଂଲଣ୍ଡ ବିରୋଧରେ ରୋମାଚଂକର ବିଜୟ

316

କନକ ବ୍ୟୁରୋ : କମନୱେଲଥ ଗେମରେ ଭାରତୀୟ ଖେଳାଳୀମାନେ ସେମାନଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ଭାରତୀୟ ମହିଳା କ୍ରିିକେଟ ଟିମ୍ ଇଂଲଣ୍ଡକୁ ପରାଜିତ କରିଛି   । ଏହି ବିଜୟ ପରେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି । ଆଜି ଭାରତୀୟ ଦଳ ଇଂଲଣ୍ଡ ବିରୋଧରେ ପ୍ରଥମେ ବ୍ୟାଟିଂ କରି ୧୬୪ ରନ ସ୍କୋର କରିଥିଲା । ଏହାର ଜବାବରେ ଇଂଲଣ୍ଡ ଦଳ ସମ୍ପୂର୍ଣ୍ଣ ଓଭର ଖେଳିବାରେ ସମର୍ଥ ହୋଇଥିଲେ ବି ମାତ୍ର ୪ ରନରେ ପରାଜିତ ହୋଇଛି ।

ଭାରତୀୟ ଟିମ୍ ପକ୍ଷରୁ ସ୍ମୃତି ମନ୍ଧନା ୬୧, ଶେଫାଳୀ ବର୍ମା ୧୪ , ଜେମିମା ରୋଣ୍ଡ୍ରିଗେଜ ୪୪ ଓ ଅଧିନାୟକ ହରମନପ୍ରୀତ କୌର ୨୦ ରନ କରିବାରେ ସଫଳ ହୋଇନଥିଲେ । ସେପଟେ ଇଂଲଣ୍ଡ ଦଳ ପ୍ରାରମ୍ଭିକ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ସୋଫିଆ ଡଂକଲେ ଓ ଡାନିୟଲ ବ୍ୟାଟ ୨୭ ବଲରେ ୩୫ ରନ କରିଥିଲେ । ହେଲେ ମଧ୍ୟବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ ସଫଳ ହୋଇ ନଥିଲେ । ଭାରତୀୟ ବୋଲର ସ୍ନେହା ରଣା ୪ ଓଭର ବୋଲିଂ କରି ୨୮ ରନ ଦେବା ସହ ୨ ଟି ୱିକେଟ ହାସଲ କରିଥିଲେ । ଦିପ୍ତୀ ଶର୍ମା ୪ ଓଭର ବୋଲିଂ କରି ୧୮ ରନ ଦେଇ ଗୋଟିଏ ୱିକେଟ ହାସଲ କରିଥିଲେ ।

ସେପଟେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ମୁକାବିଲା ବାକି ରହିଛି । ସେମାନଙ୍କ ମଧ୍ୟରୁ ଜିଏ ବିଜୟୀ ହେବ ଭାରତୀୟ ଟିମ୍ ସେହି ଟିମ୍ ସହ ଫାଇନାଲ ଖେଳିବ ବୋଲି ଜଣାପଡିଛି ।