ଆରମ୍ଭରୁ ‘ବିରାଟ’ ବିସ୍ଫୋରଣ: ପ୍ରଥମ ଟି-୨୦ରେ ଦମ ଦେଖାଇଲା ବିରାଟ ବାହିନୀ । ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ କଲା ଧରାଶାୟୀ

890

କନକ ବ୍ୟୁରୋ: ଆରମ୍ଭରୁ ବିଜୟର ସ୍ୱାଦ ଚାଖିଲା ଭାରତ । ଟି-ଟ୍ୱେଂଟି ସିରିଜର ପ୍ରଥମ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଛି ଭାରତ । ଅଧିନାୟକ ବିରାଟ କୋହଲି ଏବଂ ଲୋକେଶ ରାଉଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏହି ବିଜୟ ହାସଲ କରିପାରିଛି ।

ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ଭାରତ ଆଗରେ ୨୦୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ୧୮.୪ ଓଭରରେ ଭାରତ ୪ ୱିକେଟ ହରାଇ କରିଥିଲା ୨୦୯ ରନ । ଏହି ବିଜୟ ସହ ଭାରତ ସିରିଜରେ ୧-୦ରେ ଅଗ୍ରଣୀ ରହିଛି । କୋହଲି ୫୦ଟି ବଲରେ ୯୪ ରନ ସଂଗ୍ରହ କରିଥିଲେ । ଯେଉଁଥିରେ ୬ଟି ଚୌକା, ଏବଂ ୬ଟି ଛକା ରହିଛି ।

ସେପଟେ ୬୨ ରନ କରିଥିଲେ ଲୋକେଶ ରାଉଲ । ଟସ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୫ ଟି ୱିକେଟ  ହରାଇ ୱେଷ୍ଟଇଣ୍ଡିଜ କରିଥିଲା ୨୦୭ ରନ । ଭାରତୀୟ ବୋଲର ୟୁଜବେନ୍ଦ୍ର ଚହଲଙ୍କୁ ୨ଟି, ୱାସିଂଟନ ସୁନ୍ଦର ଗୋଟିଏ, ଚହର ଗୋଟିଏ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଁଏ ୱିକେଟ ପାଇଥିଲେ ।