ଚିପ ମାନୁଫେକଚରିଙ୍ଗ ହବ ପାଲଟିବ ଭାରତ: ୭ ହଜାର ୬ ଶହ କୋଟି ଇନସେନଟିଭ ସ୍କିମ ପାଇଁ କେନ୍ଦ୍ରର ମଞ୍ଜୁରୀ 

144

କନକ ବ୍ୟୁରୋ: ଚିପ ମାନୁଫେକଚରିଙ୍ଗ ହବ ପାଲଟିବ ଭାରତ । ଏନେଇ କେନ୍ଦ୍ର ସରକାର ୭ ହଜାର ୬ ଶହ କୋଟି ଟଙ୍କାର ଇନସେନଟିଭ ସ୍କିମ ପାଇଁ ମଂଜୁରି ଦେଇଛନ୍ତି । ଏହି ସ୍କିମ ଭାରତରେ ଚିପ ସର୍ଟେଜର ସମସ୍ୟାକୁ ଦୂର କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଏହି ଯୋଜନା ଦ୍ୱାରା ଭାରତରେ ଥିବା ଚିପ୍ ନିର୍ମାତା କମ୍ପାନୀ ଗୁଡିକୁ ସବସିଡି ପାଇବେ । କମ୍ପାନୀ ଗୁଡିକୁ ଆଗକୁ ବଢାଇବା ପାଇଁ ପ୍ରୋତ୍ସାହନ ମଧ୍ୟ ଦିଆଯିବ ବୋଲି  ସୂଚନା ମିଳିଛି ।

ଦେଶରେ ସେମିକଂଡକ୍ଟର ତିଆରି କରିବାରେ ଆତ୍ମନିର୍ଭର ହେବାକୁ କେନ୍ଦ୍ର ସରକାରଙ୍କ ଏହା ବଡ ପଦକ୍ଷେପ ବୋଲି କୁହାଯାଉଛି । ସେମିକଣ୍ଡକ୍ଟର ବା ଚିପ ଏକ ଇଲୋକ୍ଟୋନିକ୍ସ ଜିନିଷ ଯାହା ଟିଭି, ଫ୍ରିଜ, ୱାଶିଂ ମେସିନ, ଓ କାରରେ ବ୍ୟବହାର ହୋଇଥାଏ । ଭାରତରେ ବର୍ତମାନ  ଚିପର ଅଭାବ ଯୋଗୁଁ କାର ନିର୍ମାତା କମ୍ପାନି ଗୁଡିକ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ତେବେ ଭାରତରେ ଏହାର ନିର୍ମାଣ ହେଲେ ଦେଶ ଆତ୍ମନିର୍ଭର ହେବା ସହ ଅନେକ ରୋଜଗାର ସୃଷ୍ଟି କରିବ ବୋଲି କୁହାଯାଉଛି ।