କନକ ବ୍ୟୁରୋ : ଟିି-୨୦ ବିଶ୍ୱକପରେ ଆଜି ଭାରତର ତୃତୀୟ ମ୍ୟାଚ । ଅଷ୍ଟ୍ରେଲିଆର ପର୍ଥରେ ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ପୂର୍ବରୁ ଦୁଇଟି ମ୍ୟାଚ ଜିତି ମନବଳ ସୁଦୃଢ ରଖିଥିବା ଟିମ୍ ଇଣ୍ଡିଆ ଆଜିର ମ୍ୟାଚ ଜିତି ସେମିଫାଇନାଲ ପାଇଁ ରାସ୍ତା ସହଜ କରିବାକୁ ଲକ୍ଷ୍ୟ ରଖିଛି । ତେବେ ଦୁଇଟି ମ୍ୟାଚ୍ରେ ଖେଳାଳି ତାଲିକାରେ କୌଣସି ଅପରିବର୍ତିତ ରଖିଥିବା ଭାରତୀୟ ଦଳ ଏହି ମ୍ୟାଚ୍ ପାଇଁ ଖେଳାଳି ତାଲିକାରେ ପରିବର୍ତନ ଆଣିପାରେ । ୧୧ ଜଣ ଖେଳାଳିଙ୍କ ମଧ୍ୟରୁ କେ. ଏଲ୍ ରାହୁଲଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଭଲ ପ୍ରଦର୍ଶନ କେରୁଛନ୍ତି । କେଏଲ ରାହୁଲ ଦୁଇଟି ମ୍ୟାଚ୍ରେ ମାତ୍ର ୧୩ ରନ୍ କରିଛନ୍ତି ।
ତେଣୁ ତାଙ୍କର ବିକଳ୍ପ ଭାବେ ଋଷଭ ପନ୍ତ୍ଙ୍କୁ ସୁଯୋଗ ମିଳିପାରେ । ରୋହିତଙ୍କ ସହିତ ପନ୍ତ ଓପନିଂ ବ୍ୟାଟିଂ କଲେ ମିଡିଲ ଅର୍ଡର ବ୍ୟାଟସମ୍ୟାନଙ୍କ ଉପରେ ସେତେଟା ଚାପ ରହିବ ନାହିଁ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ବୋଲରଙ୍କୁ ପର୍ଥର ବାଉନ୍ସିଂ ପିଚ ସୁହାଇପାରେ । ତେଣୁ ଏହି ପେସ ବୋଲରଙ୍କୁ ସାମ୍ନା କରିବାକୁ ପନ୍ତଙ୍କୁ ଟିମ୍ ଇଣ୍ଡିଆ ସାମିଲ କରିପାରେ । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଲେଗ୍ ସ୍ପିନ୍କୁ ଖେଳିବାରେ ସମସ୍ୟାରେ ପଡ଼ନ୍ତି । ତେଣୁ ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ଜରିଆରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଅର୍ଡରକୁ ବିପର୍ଯ୍ୟୟ କରିବାକୁ ଲକ୍ଷ୍ୟ ରଖିଛି ଦଳ । ବିଶ୍ୱକପରେ ଦୁଇ ଦଳ ୫ଥର ମୁହାଁମୁହିଁ ହୋଇଛନ୍ତି । ସେଥିରୁ ଭାରତ ୪ଟିରେ ବିଜୟୀ ହୋଇଛି । ୨୦୧୦. ୨୦୧୨ ଏବଂ ୨୦୧୪ ସଂସ୍କରଣରେ ଭାରତ ଲଗାତର ବିଜୟୀ ହୋଇଛି । ଅନ୍ତର୍ଜାତୀୟ ଟି-୨୦ରେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ରହିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us