ଦିନିକିଆ ସିିରିଜ୍ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ୍ ଇଣ୍ଡିଆ । ପଢନ୍ତୁ, ଫଟୋ ସେୟାର କରି କଣ କହିଲେ ଶିଖର ଧାୱନ୍…

227

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦିନିକିଆ ଦଳ । ସାଉଥ୍ ଆଫ୍ରିକା ସହ ଦିନିକିଆ ସିରିଜ୍ ଖେଳିବାକୁ ଦକ୍ଷିଣ ଆଫ୍ରିକା ବାହାରିଛି ଟିମ୍ ଇଣ୍ଡିଆ । ସୋସିଆଲ୍ ମିଡିଆରେ ଖେଳାଳିମାନେ ଚାଟାର୍ଡ ପ୍ଲେନର କିଛି ଫଟୋ ସେଆର୍ କରିବା ସହିତ ଏନେଇ ସୂଚନା ଦେଇଛନ୍ତି ।

ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ଏବେ କେପଟାଉନରେ ତୃତୀୟ ଟେଷ୍ଟ ଖେଳଯାଉଛି । ଜାନୁଆରୀ ୧୯ ତାରିଖରୁ ଦୁଇ ଦଳ ଭିତରେ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଆଉ ଏହି ସିରିଜ୍ ଖେଳିବାକୁ ଏବେ ଟିମ୍ ଇଣ୍ଡିଆର ଖେଳାଳି ଦକ୍ଷିଣ ଆଫ୍ରିକା ଗସ୍ତରେ ବାହାରିଛନ୍ତି । ତେବେ ଏହା ପୂର୍ବରୁ ୩ ଦିନ ପର୍ଯ୍ୟନ୍ତ ମୁମ୍ବାଇରେ କ୍ୱାରେଣ୍ଟିନରେ ରହିଥିଲେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ।

 

View this post on Instagram

 

A post shared by Shikhar Dhawan (@shikhardofficial)

ଦଳର ଓପନର ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ୍ ପ୍ରଥମେ ସୋସିଆଲ୍ ମିଡିଆରେ ଏକ ଫଟୋ ସେଆର କରିଥିଲେ । ଏଥିରେ ସେ ଲେଖିଥିଲେ, ଦକ୍ଷିଣ ଆଫ୍ରିକା ପାଇଁ ତୟାର । ସେହିପରି ସ୍ପିନ୍ ବୋଲର ୟୁଜବେନ୍ଦ୍ର ଚହଲ ମଧ୍ୟ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦକ୍ଷିଣ ଆଫ୍ରିକା ଗସ୍ତ ବେଳର ଏକ ଫଟୋ ସେଆର୍ କରିଛନ୍ତି ।

ଏହି ଦୁଇ ଖେଳାଳି ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଚମକ୍ରାର ପ୍ରଦର୍ଶନ କରିଥିଲେ । ଶିଖର ଏହି ସିରିଜରେ ଗୋଟିଏ ଶତକ ମାରିବା ସହିତ ୨ଟି ଅର୍ଦ୍ଧଶତକ ମଧ୍ୟ ମାରିଥିଲେ । ସେହିପରି ଚହଲ ମଧ୍ୟ ଦକ୍ଷିଣ ଆଫ୍ରିକାର ମୋଟ ୧୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ରାସ୍ତା ଦେଖାଇଥିଲେ । ତେଣୁ ଆଗାମୀ ସିରିଜରେ ଏହି ଦୁଇ ଜଣ ପୁଣି କମାଲ୍ କରିପାରନ୍ତି ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୯ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ଆରମ୍ଭ ହେବ । ଜାନୁଆରୀ ୨୧ରେ ଦ୍ୱିତୀୟ ଓ ଜାନୁଆରୀ ୨୩ରେ ତୃତୀୟ ଦିନିକିଆ ଖେଳାଯିବ । ତେବେ ପ୍ରଥମ ଦୁଇଟି ମ୍ୟାଚ୍ ବୋଲାଣ୍ଡ ପାର୍କରେ ଖେଳାଯିବାକୁ ଥିବାବେଳେ, ତୃତୀୟ ମ୍ୟାଚ୍ କେପଟାଉନରେ ଖେଳାଯିବ ।