କନକ ବ୍ୟୁରୋ : ପଡିଆରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ ଖେଳାଳୀ । ଯେଉଁ ମ୍ୟାଚରେ ଭାରତ ପାକିସ୍ତାନକୁ ୪-୦ ରେ ହରାଇ ବିଜେତା ହୋଇଛି । ଆଉ ଭାରତର ଷ୍ଟାର ଖେଳାଳୀ ସୁନିଲ ଛେତ୍ରୀ ହ୍ୟାଟ୍ରିକ୍ ଗୋଲ କରିଛନ୍ତି । କିନ୍ତୁ ଉଭୟ ଖେଳଳୀ ମୁହାଁମୁହିଁ ହୋଇଥିବା ଦୃଶ୍ୟ ଏବେ ଇଂଟରନେଟରେ ଭାଇରାଲ ହେଉଛି । ଖେଳ ଚାଲିଥିବା ବେଳେ ପ୍ରଥମେ ଜଣେ ପାକିସ୍ତାନୀ ଖେଳାଳୀଙ୍କର ଭାରତର ଜଣେ ଷ୍ଟାଫଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ଭାରତୀୟ ଖେଳାଳୀ ସନ୍ଦେଶ ଝିଙ୍ଗନ ସେଥରେ ପଶିଥିଲେ । ପରେ ପାକିସ୍ତାନ ଖେଳାଳୀଙ୍କ ସହ ତାଙ୍କର ଯୁକ୍ତିତର୍କ ହେବାରୁ ପାକିସ୍ତାନର ସହଯୋଗୀ ଷ୍ଟାଫ୍ମାନେ ପଡିଆକୁ ଆସିଯାଇଥଲେ । ପରିସ୍ଥିତି ଏପରି ହୋଇଥିଲା ଯାହାକୁ ନେଇ ଉଭୟ ଦେଶର ଖେଳାଳି ଓ ଷ୍ଟାଫ୍ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ପାକିସ୍ତାନ ମୁଖ୍ୟ କୋଚ ମଧ୍ୟ ସାମିଲ ଥିଲେ । ପାକିସ୍ତାନରେ ମୁଖ୍ୟ କୋଚ ଭାରତୀୟ କୋଚଙ୍କ ମଧ୍ୟରେ ଠେଲାପେଲାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପରେ ମ୍ୟାଚ୍ ରେଫ୍ରି ଭାରତୀୟ କୋଚଙ୍କୁ ରେଡ କାର୍ଡ ଏବଂ ପାକିସ୍ତାନୀ ମୁଖ୍ୟ କୋଚଙ୍କୁ ୟୋଲୋ କାର୍ଡ ଦେଖାଇଥିଲେ । ଶେଷରେ ଉଭୟ ଦେଶର କିଛି ଖେଳାଳୀ ନିଜ ନିଜର ଖେଳାଳୀଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା ।