ଆଜିଠୁ ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜ : ଦେଢ଼ ଦଶନ୍ଧି ପରେ ଇଂଲଣ୍ଡ ମାଟିରେ ସିରିଜ କବଜା ଲକ୍ଷ୍ୟରେ ବିରାଟ ବାହିନୀ

179

କନକ ବ୍ୟୁରୋ : ଆଜିଠୁ ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜ । ଦୀର୍ଘ ଦେଢ଼ ଦଶନ୍ଧି ଧରି ଇଂଲଣ୍ଡ ମାଟିରେ ଭାରତ ଶୃଙ୍ଖଳା ଜିତି ନାହିଁ ଏବଂ ବିରାଟ କୋହଲି ମଧ୍ୟ ବ୍ୟକ୍ତିଗତ ଭାବେ ଇଂଲଣ୍ଡରେ ସଫଳ ହୋଇପାରିନାହାନ୍ତି । ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ର ଉପ ବିଜେତା ବିରାଟ କୋହଲିଙ୍କ ଦଳ ନୂଆ ଚକ୍ରର ଶୁଭାରମ୍ଭ କିଭଳି କରୁଛି ଆସନ୍ତା ୫ ଦିନ ସ୍ପଷ୍ଟ କରିବ । ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ର ଯଥେଷ୍ଟ ପୂର୍ବରୁ ପାଗ ଓ ପରିବେଶକୁ ବିଚାରକୁ ନନେଇ ଚୂଡାନ୍ତ ଏକାଦଶ ଘୋଷଣା କରିଥିବା ବିରାଟ କୋହଲି ବୁମେରାଂର ଶିକାର ହୋଇଥିଲେ। ଏବେ ସେଭଳି କରିବା ସମ୍ଭାବନା କମ୍‌ । ଏକ ସନ୍ତୁଳିତ ଦଳ ଗଠନ କରିବା ପୂର୍ବରୂ ସେ ନିଶ୍ଚିତ ଏକାଧିକ ଥର ଚିନ୍ତା କରିବେ ।

ଭାରତ ପକ୍ଷରୁ ଏବେ ପାଳି ଆରମ୍ଭ କରିବା ପାଇଁ ସୀମିତ ୨ ଜଣ ବିକଳ୍ପ ରହିଯାଇଛନ୍ତି । ରୋହିତ ଶର୍ମା ଏବଂ କେଏଲ୍ ରାହୁଲ। ରୋହିତ ଇଂଲଣ୍ଡରେ ଅଣପରୀକ୍ଷିତ କିନ୍ତୁ ଅତ୍ୟନ୍ତ ଦକ୍ଷ, କେଏଲ୍ ରାହୁଲ କିନ୍ତୁ ଅତ୍ୟନ୍ତ ପ୍ରତିଭାସମ୍ପନ୍ନ କିନ୍ତୁ ପାଳି ଆରମ୍ଭ କରିବାକୁ ସବୁବେଳେ କୁଣ୍ଠିତ । ତେବେ ୨୦୦୦ରୁ ଉର୍ଦ୍ଧ୍ବ ଟେଷ୍ଟ୍ ରନ୍ ସଂଗ୍ରହ କରି ସାରିଥିବାରୁ ରାହୁଲ ନିଜ ଅଭିଜ୍ଞତାକୁ ଉପଯୋଗ କରି ସଫଳ ହେବେ ବୋଲି ଆଶା କରାଯାଉଛି ।

ଭାରତୀୟ ଦଳ : ବିରାଟ କୋହଲି, ରୋହିତ ଶର୍ମା, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ୍, ରବିଚନ୍ଦ୍ରନ୍‌ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍‌, ଯଶ୍ରପୀତ୍ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦୁଳ ଠାକୁର, ଉମେଶ ଯାଦବ, କେଏଲ୍ ରାହୁଲ, ଋଦ୍ଧିମାନ ସାହା, ଅଭିମନ୍ୟୁ ଈଶ୍ବରନ, ପୃଥ୍ବୀ ସ’, ସୂର୍ଯ୍ୟକୁମାର ଯାଦବ।

ଇଂଲଣ୍ଡ ଦଳ : ଜୋ ରୁଟ୍‌, ଜେମ୍ସ ଆଣ୍ଡର୍‌ସନ, ଜନି ବେୟାର‌ଷ୍ଟୋ, ଡମ୍ ବେସ୍‌, ଷ୍ଟୁଆର୍ଟ ବ୍ରଡ୍, ରୋରି ବର୍ଣ୍ଣସ, ଜୋସ୍ ବଟ୍ଟଲର୍‌, ଜ୍ୟାକ୍ କ୍ରଲି, ସାମ୍ କରନ୍‌, ହସିବ୍ ହମିଦ୍‌, ଡାନ୍ ଲରେନ୍ସ, ଜ୍ୟାକ୍ ଲିଚ୍, ଓଲି‌‌ ପୋପ୍, ଓଲି ରବିନସନ୍‌, ଡନ୍ ଶିବଲେ, ମାର୍କ ଉଡ୍‌।