ବଡ ଷ୍ଟାଡିୟମରେ ବଡ ବିପର୍ଯ୍ୟୟ । ଅକ୍ଷର ପଟେଲଙ୍କ ବୋଲିଂରେ ଇଂଲଣ୍ଡ ଧରାଶୀୟୀ । ୧୧୨ ରନରେ ଅଲଆଉଟ ହେଲା ଇଂଲଣ୍ଡ ।

260

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ । ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମର ପ୍ରଥମ ମ୍ୟାଚରେ ଦେଖିବାକୁ ମିଳିଛି ଭାରତର ଚମତ୍କାର ପ୍ରଦର୍ଶନ । ଅକ୍ଷର ପଟେଲଙ୍କ ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ ଦଳ । ପ୍ରଥମ ଇଂନିସରେ ୧୧୨ ରନରେ ଅଲଆଉଟ ହେଲା ଇଂଲଣ୍ଡ । ଭାରତ ପକ୍ଷରୁ ସର୍ବାଧିକ ୬ଟି ୱିକେଟ ନେଲେ ଅକ୍ଷର ।

ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଭାରତୀୟ ବୋଲରଙ୍କ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରଲେ ୫୩ ରନ କରିଥିଲେ । ହେଲେ ଅନ୍ୟ କେହି ସଫଳ ବ୍ୟାଟିଂ କରି ପାରିନଥିଲେ । ଫଳରେ ୪୮ ଓଭର ଖେଳି ମାତ୍ର ୧୧୨ ରନରେ ସୀମିତ ହୋଇଥିଲା ଇଂଲଣ୍ଡ ।

ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୬ ୱିକେଟ ନେଇଥିବା ବେଳେ ଅଶ୍ୱିନ ୩ ଓ ଇଶାନ୍ତ ଗୋଟିଏ ୱିକେଟ ନେଇଥିଲେ । ବର୍ତ୍ତମାନ ଭାରତ ପ୍ରଥମ ଇଂନିସ ଆରମ୍ଭ କରିଛି । ତେବେ ଏହି ସିରିଜରେ ୧-୧ରେ ବର୍ତ୍ତମାନ ସିରିଜ ବରାବର ରହିଛି ।