ଚେପକ ଟେଷ୍ଟରେ ବିଜୟ ଦ୍ୱାରଦେଶରେ ଭାରତ : ଦ୍ୱିତୀୟ ଇନିଂସରେ ଅଶ୍ୱିନଙ୍କ ଶତକ ବଳରେ ଭାରତ ଦେଲା ୪୮୨ରନର ଟାର୍ଗେଟ

ଦ୍ୱିତୀୟ ପାଲିରେ ୩ୱିକେଟ ହରାଇ ସଙ୍କଟରେ ଇଂଲଣ୍ଡ

113

କନକ ବ୍ୟୁରୋ : ଚେପକ୍ ଷ୍ଟାଡିଅମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଏବେ ଭାରତର ନିୟନ୍ତ୍ରଣରେ । ଚେନ୍ନାଇରେ ଖେଳାଯାଉଥିବା ଏହି ମୁକାବିଲା ଏବେ ତାହାର ଶେଷ ପାହାଚରେ ପହଂଚିଛି । ତିନି ଦିନର ଖେଳ ପରେ ଭାରତ ପଲ୍ଲା ଭାରି ରହିଛି । ୪୮୨ ରନର ଟାର୍ଗେଟ ପରେ ଭାରତ ଇଂଲଣ୍ଡର ଦ୍ୱିତୀୟ ପାଳିରେ ୩ଟି ଉଇକେଟ ଖସାଇ ସାରିଛି । ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଅଧିନାୟକ ଜୋରୁଟ୍ ୨ ରନ୍ ଓ ଡାନିଏଲ ଲରେନ୍ସ ୧୯ ରନ୍ କରି ପିଚରେ ଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୨ଟି ଓ ଅଶ୍ୱିନୀ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ ।

ତେବେ ଏହି ମ୍ୟାଚ୍ ଜିତିଲେ ଇଂଲଣ୍ଡକୁ ପ୍ରଥମ ଟେଷ୍ଟର ପ୍ରତିଶୋଧ ବି ନେଇ ପାରିବ ଭାରତ । ପ୍ରଥମ ଟେଷ୍ଟରେ ଭାରତକୁ ଇଂଲଣ୍ଡ ୨୨୭ ରନରେ ପରାସ୍ତ କରିଥିଲା । ଏପଟେ ଅଶ୍ୱିନୀ ଉଭୟ ବୋଲିଂ ଓ ବ୍ୟାଟିଂରେ ତାଙ୍କର ଚମତ୍କାରିତା ଦେଖାଇଛନ୍ତି । ପ୍ରଥମ ଇନିଂସରେ ୫ଟି ଉଇକେଟ ହାତେଇଥିବା ବେଳେ ୧୦୬ ରନର ଦମଦାର ଇନିଂସ ଖେଳିଥିଲେ । ଏହା ଥିଲା ତାଙ୍କ ଟେଷ୍ଟ କ୍ୟାରିଅରର ପଂଚମ ଶତକ ।