ଭାରତ-ବ୍ରିଟେନ ଦ୍ୱିପାକ୍ଷିକ ଚୁକ୍ତି: ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ଦୁଇ ଦେଶ ରାଜି

87

କନକ ବ୍ୟୁରୋ: ୟ୍ରୁକ୍ରେନ-ରୁଷ ମଧ୍ୟ ଘମାଘୋଟ ଯୁଦ୍ଧ ଚାଲିଥିବା, ଭାରତ ଓ ବିଟ୍ରେନ ମଧ୍ୟରେ ନୂଆ ରଙ୍ଗ ଲାଗିଛି । ଆଜି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଉଭୟ ନେତା ପରସ୍ପରକୁ ଭେଟିଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ ବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ଏହି ଗସ୍ତ ଉପରେ ଆଜି ସାରା ବିଶ୍ୱର ନଜର ଥିଲା । କାରଣ ୟୁକ୍ରେନ ପ୍ରସଙ୍ଗରେ ଭାରତ ଏବଂ ବ୍ରିଟେନର ଆଭିମୁଖ୍ୟ ଭିନ୍ନ ରହିଛି । କିନ୍ତୁ ଏହାର ପ୍ରଭାବ ଦୁଇ ଦେଶର ସଂପର୍କ ଉପରେ କୌଣସି ପ୍ରଭାବ ପକାଇପାରିନି । ଭାରତରେ ଦିଆଯାଇଥିବା ଆତିଥ୍ୟକୁ ପ୍ରଶଂସା କରିଛନ୍ତି ବୋରିଶ ଜନସନ । ପ୍ରଥମ ଦିନ ଗସ୍ତ ବେଳେ ଗୁଜରାଟରେ ଯେଉଁଭଳି ସ୍ୱାଗତ କରାଯାଇଛଛି ସେଥିରେ ସେ ଅଭିଭୂତ ବୋଲି କହିଛନ୍ତି ।

ଜନସନ୍ ନିଜକୁ ସଚିନ୍ ତେନ୍ଦୁଲକର ଓ ଅମିତାଭ ବଚ୍ଚନଙ୍କ ଭଳି ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ଆଜି ଜନସନ୍ ଭାରତ ଗସ୍ତରେ ତାଙ୍କ ଦ୍ୱିତୀୟ ବା ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦିଲ୍ଲୀସ୍ଥିତ ହାଇଦ୍ରବାଦ ହାଉସରେ ସାକ୍ଷାତ କରିଛନ୍ତି । ଏହି ପରୀପ୍ରେକ୍ଷୀରେ ସେ ମୋଦିଙ୍କୁ ନିଜର ଖାସ୍ ବନ୍ଧୁ ବୋଲି ବିବେଚିତ କରିଛନ୍ତି । ଦୁଇଦେଶ ମଧ୍ୟରେ ଆଲୋଚନା ବେଳେ ବୋରିସ୍ ତାଙ୍କର ଭାରତ ଗସ୍ତ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ସେ ମୋଦିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ଜନସନ୍ ଆହୁରି କହିଛନ୍ତି, ବର୍ତମାନର ଘଡ଼ିଷନ୍ଧି ସମୟରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ୍ ହୋଇଛି । ଦୁଇ ଦେଶ ମଧ୍ୟରେ ସୁରକ୍ଷା ବୁଝାମଣା ବଢ଼ାଇବା ପାଇଁ ଆଲୋଚନା ହୋଇଛି । ଏହାବ୍ୟତୀତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ବୁଝାମଣା ମଧ୍ୟ ହୋଇଛି । ସେହିପରି ମୋଦି ୟୁକେନ୍ର ଯୁଦ୍ଧକୁ ତୁରନ୍ତ ରୋକିବା ଏବଂ ଏହି ସମସ୍ୟାର ସମାଧାନ ଉପରେ ଜୋର୍ ଦେଇଛନ୍ତି । ଏହି ବୈଠକରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ବ୍ୟବସାୟିକ ଆଲୋଚନା ମଧ୍ୟ ହୋଇଛି । ମୋଦି କହିଛନ୍ତି ଯେ, ଫ୍ରୀ ଟ୍ରେଡ୍ ଏଗ୍ରିମେଂଟ ବା ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଦୁଇ ଦେଶ ଜୋରସୋରରେ କାମ କରୁଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ମୋଦି ।