ଆଜି ଖେଳାଯିବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ । ଦ୍ୱିତୀୟ ମୁକାବିଲା ଜିତି ବିଜୟଧାରାକୁ ଫେରିବା ଲକ୍ଷରେ ଟିମ ଇଣ୍ଡିଆ 

400
କନକ ବ୍ୟୁରୋ : ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟ୍ୱେଂଟି-୨୦ । ଇଂଲଣ୍ଡ ବିପକ୍ଷ ଟ୍ୱେଂଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ କ୍ରିକେଟ ଦଳ । ଆଜି ଖେଳାଯିବାକୁ ଥିବା ଦ୍ୱିତୀୟ ମୁକାବିଲାକୁ ଜିତି ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିଛି । ପାଂଚ ଟିକିଆ ଶୃଙ୍ଖଳାରେ ଇଂଲଣ୍ଡ ପ୍ରଥମ ମ୍ୟାଚକୁ ୮ ୱିକେଟରେ ଜିତି ୧-୦ରେ ଆଗୁଆ ରହିଛି  ।
ଆଜିର ମ୍ୟାଚ୍ ପାଇଁ ଭାରତୀୟ କ୍ୟାପଟେନ୍ ବିରାଟ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ ରବିଶାସ୍ତ୍ରୀ କାହାକୁ ଦଳରେ ନେଉଛନ୍ତି, ଏବଂ କାହାକୁ ନେଉନାହାନ୍ତି ତାହା ବର୍ତମାନ ରହସ୍ୟ ଘେରରେ ରହିଛି । ତେବେ ଆଇସିସି ଟ୍ୱେଂଟି-୨୦ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଇଂଲଣ୍ଡ ଅଧିକ ସନ୍ତୁଳିତ ହୋଇଥିବାରୁ ଆଜିର ମ୍ୟାଚ ଏହି ଦଳ ଜିତିବାର ସମ୍ଭାବନା ଅଧିକ । ସେପଟେ ଭାରତ ବିଜୟର ସ୍ୱାଦ ଚାଖିବାକୁ ଚାହିଁଲେ ଏଥିଲାଗି କୋହଲି ବାହିନୀକୁ ନିଜ ରଣନୀତିରେ ବିରାଟ ପରିବର୍ତନ ଆଣିବାକୁ ହେବ ।