ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଦୀର୍ଘ ଦିନ ପରେ ଟିମକୁ ଫେରିଲେ ମହେନ୍ଦ୍ର ସିଂ ଧୋନି ।

392

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ଘୋଷଣା ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ଅଧିକ ଖୁସି ଆଣିଛି । ଧୋନି ଉଭୟ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମରେ ସାମିଲ ହୋଇଛନ୍ତି । ଦଳ ଘୋଷଣା ବାବଦରେ ଟ୍ୱିଟ୍ କରି ସୂଚନା ଦେଇଛି ବିସିସିଆଇ ।


ତେବେ ଅଷ୍ଟ୍ରେଲିଆ ବିପକ୍ଷ ଭାରତୀୟ ଦିନିକିଆ ଦଳରୁ ଋଷଭ ପନ୍ତ ଓ ଆଜିଙ୍କ୍ୟ ରାହେଣଙ୍କୁ ବାଦ୍ ଦିଆଯାଇଛି । କିନ୍ତୁ ଦିନେଶ କାର୍ତ୍ତିକ ନିଜ ସ୍ଥାନ ବଜାୟ ରଖିଛନ୍ତି । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଖଲିଲ ଅହମ୍ମଦ ପୁଣିଥରେ ଦଳକୁ କମବ୍ୟାକ୍ କରିଛନ୍ତି ।


ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ମଧ୍ୟ ଧୋନିଙ୍କୁ ଦଳକୁ ଫେରାଇ ଅଣାଯାଇଛି । ଅଥାର୍ତ ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ୱିକେଟକିପର ଭୂମିକାରେ ନଜର ଆସିବେ ଧୋନି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଋଷଭ ପନ୍ତଙ୍କୁ ଦଳରେ ସ୍ଥ୍ାନ ମିଳିଛି । ଅଷ୍ଟ୍ରେଲିଆ ବିପକ୍ଷରେ ୧୨ ଜାନୁଆରୀରେ ଭାରତ ଦିନିକିଆ ଅଭିଯାନ ଆରମ୍ଭ କରିବାକୁ ଥିବା ବେଳେ ୬ ଫେବ୍ରୁଆରୀରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ ।