ପାକିସ୍ତାନ ସାମ୍ନାରେ ୩୩୭ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଲା ବିରାଟ ବାହିନୀ । ମାଞ୍ଚେଷ୍ଟର ମୈଦାନରେ ଚମକିଲେ ହିଟମ୍ୟାନ୍

133

କନକ ବ୍ୟୁରୋ : ପାକିସ୍ତାନ ବିପକ୍ଷରେ ବିରାଟ ବାହିନୀର ଦମଦାର ପ୍ରଦର୍ଶନ । ରୋହିତଙ୍କ ଶତକ, ବିରାଟ ଓ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ସାମ୍ନାରେ ୩୩୭ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଲା ଟିମ୍ ଇଣ୍ଡିଆ । ଭାରତର ପ୍ରାରମ୍ଭିକ ଯୋଡି ଦମଦାର ଆରମ୍ଭ କରିଥିବା ବେଳେ ପାକିସ୍ତାନ ବୋଲରଙ୍କୁ ନିର୍ଧୁମ ପିଟିଥିଲେ । ଓପନିଂ ପାର୍ଟନରସିପରେ ୧୩୬ ରନ ହାସଲ କରିଥିଲା ବିରାଟ ବ୍ରିଗେଡ ।

ତେବେ ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଫଳରେ ଟିମ ଇଣ୍ଡିଆ ୩୦୦ ରନ କରିଥିଲେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ମ୍ୟାଚ୍ ଶେଷ ଆଡକୁ ବର୍ଷା ହେବା କାରଣରୁ କିଛି ସମୟ ପାଇଁ ଖେଳରେ ବାଧା ସୃଷ୍ଟି ହୋଇଥିଲା । ତେବେ ବର୍ଷା ଛାଡିବା ପରେ ଖେଳ ଆରମ୍ଭ ହୋଇଥିଲା । ଆଉ ପୂର୍ବ ସ୍କୋରରେ ମାତ୍ର ୩୧ ରନ ଯୋଡିବା ସହ ୫ ୱିକେଟ ବିନିମୟରେ ୩୩୬ ରନ କରିବାକୁ ସକ୍ଷମ ହୋଇଥିଲା ଭାରତ ।

ଏହାପୂର୍ବରୁ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ତେବେ ଭାରତୀୟ ଓପନିଂ ଯୋଡି ଆଗରେ ମୁଣ୍ଡ ନୁଆଇଁଥିଲେ ପାକ୍ ବୋଲର । ୨୩ ଓଭର ପର୍ଯ୍ୟନ୍ତ ୱିକେଟ ହାସଲ କରିପାରିନଥିଲେ ପାକ୍ ବୋଲର । ତେବେ ଏହାପରେ ପାକିସ୍ତାନ ବୋଲର ମାପଚୁପ ବୋଲିଂ କରିବା ସହ ଭାରତ ଉପରେ ଚାପ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ । ପାକିସ୍ତାନ ପକ୍ଷରୁ ମହମ୍ମଦ ଅମୀର ୧୦ ଓଭରରେ ୪୭ ରନ୍ ଦେବା ସହ ୩ ୱିକେଟ ହାତେଇଥିବା ବେଳେ ୱାହବ ରିଆଜ ଓ ଇମାଦ ୱାସିମ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।