ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ: ୨୨୮ ରନର ବିଶାଳ ସ୍କୋର କଲା ଭାରତ, ଶୀଲଙ୍କା ଆଗରେ ୨୨୯ ଟାର୍ଗେଟ

427

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ଟି-୨୦ ମ୍ୟାଚ । ଏହି ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଛକା ଚୌକା ବର୍ଷା କରି ସୂର୍ଯ୍ୟ ଏହି ମ୍ୟାଚରେ ଶତକ ହାସଲ କରିଛନ୍ତି । ଫଳରେ ଭାରତ ୨୦ ଓଭରରେ ୨୨୮ ରନର ବିଶାଳ ସ୍କୋର କରିବାରେ ସଫଳ ହୋଇଛି । ଏବେ ଶ୍ରୀଲଙ୍କା ଆଗରେ ୨୨୯ ରନର ବିଜୟ ଲକ୍ଷ୍ୟ ରହିଛି । ଶ୍ରୀଲଙ୍କାକୁ ଜିତିବାକୁ ହେଲେ ଏହି ବିଜୟ ଲକ୍ଷ୍ୟକୁ ପୂରା କରିବାକୁ ହେବ ।

ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଓପନର ଇଶାନ କିଷାନ ବିଫଳ ହେଲା ପରେ ଶୁଭମନ ଗିଲ, ରାହୁଲ ତ୍ରିପାଠୀ ସୂର୍ଯ କୁମାର ଯାଦବ ଚମତ୍କାର ପ୍ରଦର୍ଶନ କରିଥିଲେ । ଛକା ଚୌକା ବର୍ଷା କରି ଭାରତୀୟ ସ୍କୋରକୁ ଆଗେଇ ନେଇଥିଲେ । ଦଳ ପକ୍ଷରୁ ସୂର୍ଯ୍ୟକୁମାର ୧୧୨, ଶୁଭମନ ଗିଲ ୪୬, ରାହୁଲ ତ୍ରିପାଠୀ ୩୫ ରନ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୫ ୱିକେଟ ହରାଇ ୨୨୮ ରନ କରିବାରେ ସଫଳ ହୋଇଥିଲା ।