ଦେଶରେ ପୁଣି ୫୦ ହଜାର ପାର ହେଲା ଦୈନିକ କରୋନା ସଂକ୍ରମଣ : ୨୪ ଘଂଟାରେ ୫୦ ହଜାର ୪୦ ନୂଆ ଆକ୍ରାନ୍ତ ଚିହ୍ନଟ, ୧୨୫୮ ମୃତ

105

କନକ ବ୍ୟୁରୋ : ଦେଶରେ ୨୪ ଘଂଟାରେ ୫୦ ହଜାର ୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୧୨୫୮ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ୨୪ ଘଂଟାରେ ୫୭ ହଜାର ୯୪୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨ଲକ୍ଷ ୩୩ ହଜାର ୧୮୩ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୨କୋଟି ୯୨ ଲକ୍ଷ ୫୧ ହଜାର ୨୯ଜଣ ଜଣ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୫ଲକ୍ଷ ୮୬ ହଜାର ୪୦୩ଜଣ । କରୋନାରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୯୫ ହଜାର ୭୫୧ ।