ଦେଶର କରୋନା ମିଟର : ଗତ ୨୪ ଘଂଟାରେ ୪୮,୭୮୬ ନୂଆ ଆକ୍ରାନ୍ତ ଚିହ୍ନଟ, ୧୦୦୫ ମୃତ

73

କନକ ବ୍ୟୁରୋ : ଦେଶରେ ଗତ ୨୪ ଘଂଟାରେ ୪୮ ହଜାର ୭୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ଗୋଟିଏ ଦିନରେ ୧୦୦୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ୨୪ ଘଂଟାରେ ୬୧ ହଜାର ୫୮୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣକୁ ମିଶାଇ ଦେଶର ମୋଟ ସଂକ୍ରମଣ ସଂଖ୍ୟା ୩ କୋଟି ୪ଲକ୍ଷ ୧୧ ହଜାର ୬୩୪ ରହିଛି । ସେଥିରୁ ମୋଟ ସୁସ୍ଥ ହୋଇଛନ୍ତି ୨ କୋଟି ୯୪ ଲକ୍ଷ ୮୮ ହଜାର ୯୧୮ଜଣ । କରୋନାରେ ମୋଟ ମୃତ୍ୟୁ ସଂଖ୍ୟା ରହିଛି ୩ଲକ୍ଷ ୯୯ ହଜାର ୪୫୯ଜଣ । ଏବେବି କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୫ଲକ୍ଷ ୨୩ ହଜାର ୨୫୭ ଜଣ ।