ଦେଶରେ କମିଲା ସଂକ୍ରମଣ ବଢିଲା ମୃତ୍ୟୁ : ୨୪ଘଂଟାରେ ୪୨ ହଜାର ୭୬୬ ଆକ୍ରାନ୍ତ ଚିହ୍ନଟ, ୧୨୦୬ ମୃତ

45

କନକ ବ୍ୟୁରୋ : ଦେଶରେ କମିଲା ସଂକ୍ରମଣ ବଢିଲା ମୃତ୍ୟୁ । ୨୪ଘଂଟାରେ ୪୨ ହଜାର ୭୬୬ ଆକ୍ରାନ୍ତ ଚିହ୍ନଟ, ୧୨୦୬ ମୃତ । ସେହିପରି କରୋନାରୁ ସୁସ୍ଥ ହୋଇଛନ୍ତି ୪୫ହଜାର ୨୫୪ ଆକ୍ରାନ୍ତ । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୭ଲକ୍ଷ ୯୫ହଜାର ୭୧୬କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୨କୋଟି ୯୯ଲକ୍ଷ ୩୩ହଜାର ୫୩୮ଜଣ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୫୫ହଜାର ୩୩ ଜଣ ରହିଛନ୍ତି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୭ହଜାର ୧୪୫ ରହିଛି ।