ଦେଶରେ ଦୈନିକ ସଂକ୍ରମଣ ଟପିଲା ୪ଲକ୍ଷ : ୨୪ ଘଂଟାରେ ୪ଲକ୍ଷ ୧୯୯୩ ଆକ୍ରାନ୍ତ ଚିହ୍ନଟ, ୩୫୨୩ ମୃତ

110

କନକ ବ୍ୟୁରୋ : ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ଆଜି ଦେଶରେ ରେକର୍ଡ ସ୍ତରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଦେଶରୁ ୪ଲକ୍ଷ ୧ହଜାର ୯୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୯୧ଲକ୍ଷ ୬୪ହଜାର ୯୬୯ରେ ପହଁଚିଛି । ଅନ୍ୟପଟେ ଗତ ୨୪ଘଂଟାରେ ୩ହଜାର ୫୨୩ଜଣଙ୍କ ଜୀବନ ନେଇଛି ଘାତକ ମହାମାରୀ ।

ଦେଶରେ କରୋନାଜନିକ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୧ହଜାର ୮୫୩ ଛୁଇଁଛି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ଲକ୍ଷ ୬୮ହଜାର ୭୧୦ ରହିଥିବାବେଳେ ମୋଟ ୧ କୋଟି ୫୬ ଲକ୍ଷ ୮୪ହଜାର ୪୦୬ଜଣ ସୁସ୍ଥ ହୋଇସାରିଲେଣି ।ଗତ ୨୪ ଘଂଟାରେ ଦେଶରେ ୨୭ ଲକ୍ଷ ୪୪ହଜାର ୪୮୫ଜଚ୍ଚଙ୍କୁ ଦିଆଯାଇଛି କରୋନା ଟିକା । ଆଜି ସୁଦ୍ଧା ଦେଶରେ ୧୫କୋଟି ୪୯ଲକ୍ଷ ୮୯ହଜାର ୬୩୫ଜଣଙ୍କୁ ଦିଆସରିଛି ଟିକା ।