ଦେଶରେ ୪୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଂଟାରେ ୩୯ ହଜାର ୭୯୬ ନୂଆ ଆକ୍ରାନ୍ତ ଚିହ୍ନଟ, ୭୨୩ ମୃତ

89

କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ, କମୁଛି ମୃତ୍ୟୁ ହାର । ୨୪ ଘଂଟାରେ ୪୦ ହଜାର ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ ଚିହ୍ନଟ । ୩୯ ହଜାର ୭୯୬ କରୋନା ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୨୩ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩ କୋଟି ୫ଲକ୍ଷ ୮୫ ହଜାର ୨୨୯ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୨କୋଟି ୯୭ ଲକ୍ଷ ୪୩୦ଜଣ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୪ଲକ୍ଷ ୮୨ ହଜାର ୭୧ଜଣ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨ ହଜାର ୭୨୮ଜଣ ।