ଦେଶରେ ସାମାନ୍ୟ ଖସିଲା ସଂକ୍ରମଣ : ୨୪ ଘଂଟାରେ ୩,୪୩,୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ, ୪,୦୦୦ ମୃତ

66

କନକ ବ୍ୟୁରୋ : ଦେଶରେ ଗତ ୨୪ ଘଂଟାରେ  ୩ ଲକ୍ଷ ୪୩ ହଜାର ୧୪୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଗତ କିଛି ଦିନ ମଧ୍ୟରେ ସଂକ୍ରମଣ ସାମାନ୍ୟ କମିଥିଲେ ବି ମୃତ୍ୟୁସଂଖ୍ୟା କମିନାହିଁ ।  ୨୪ ଘଂଟାରେ  ୪ ହଜାର ଲୋକ ପ୍ରାଣ ହରାଇଛନ୍ତି । କରୋନା ମୁକାବିଲା ପାଇଁ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । ୧୩ ମଇ ସୁଦ୍ଧା ୧୭ କୋଟିରୁ ଅଧିକ ଲୋକଙ୍କୁ ଟିରା ଦିଆଯାଇସାରିଛି । ଗୁଜରାଟ ଓ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ କମିଛି ।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୪୪,୭୭୬ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୦୦,୭୯,୫୯୯ ରେ ପହଞ୍ଚିଛି । ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୭,୦୪,୮୯୩ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୭,୯୨,୯୮,୫୮୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୧୩ ତାରିଖ ସୁଦ୍ଧା ସମୁଦାୟ ୩୧,୧୩,୨୪,୧୦୦ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୮,୭୫,୫୧୫ଟି ନମୁନା ।

Comments are closed.