କନକ ବ୍ୟୁରୋ : ଦେଶରେ କମିଲା ଦୈନିକ ସଂକ୍ରମଣ । ୨୪ ଘଂଟାରେ ୨ ଲକ୍ଷ ୫୧ ହଜାର ୨୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୨ ଲକ୍ଷ ୮୬ ହଜାର ୩୮୪ ପଜିଟିଭ ଆସିଥିଲା । ୨୪ ଘଂଟାରେ ୩୫ ହଜାର କମ୍ ମାମଲା ଆସିଛି । ଡେଲି ପଜିଟିଭିଟି ରେଟ୍ ରହିଛି ୧୫ ଦଶମିକ ୮୮ ପ୍ରତିଶତ । ଦେଶରେ ଲଗାତର ତିନି ଲକ୍ଷ ତଳେ ରହୁଛି ଦୈନିକ ସଂକ୍ରମଣ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏବେ ଆକ୍ଟିଭ୍ କେସ୍ ରହିଛି ୨୧ ଲକ୍ଷ ୫ ହଜାର ୬୧୧ ରହିଛି । ଯାହାକି ମୋଟ୍ ମାମଲାର ୫ ଦଶମିକ ୧୮ ପ୍ରତିଶତ । ସେହିପରି ୨୪ ଘଂଟାରେ ୬୨୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତ ୨୪ ଘଂଟାରେ କେରଳରୁ ସର୍ବାଧିକ ୫୧ ହଜାର ୭୩୯ ନୂଆ ମାମଲା ଆସିଛି । ସେହିପରି କର୍ଣ୍ଣାଟକରୁ ୩୮ ହଜାର ୮୩ ତାମିଲନାଡୁରୁ ୨୮ ହଜାର ୫୧୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।