ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ : ୨୪ ଘଂଟାରେ ୨ ଲକ୍ଷ ୨୨ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ, ୪୪୫୪ ମୃତ୍ୟୁ

132

କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ । ୨୪ ଘଂଟାରେ ୨ଲକ୍ଷ ୨୨ ହଜାର ୩୧୫ ନୂଆ ଆକ୍ରାନ୍ତ ଚିହ୍ନଟ, ୪୪୫୪ଜଣଙ୍କ ମୃତ୍ୟୁ । ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨ ହଜାର ୫୪୪ଜଣ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୬୭ ଲକ୍ଷ ୫୨ ହଜାର ୪୪୭ । ମୋଟ ସୁସ୍ଥ ହୋଇଛନ୍ତି ୨ କୋଟି ୩୭ ଲକ୍ଷ ୨୮ ହଜାର ୧୧ଜଣ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩ ହଜାର ୭୨୦ । ଏବେବି ସକ୍ରିୟ ଅଛନ୍ତି ୨୭ ଲକ୍ଷ ୨୦ ହଜାର ୭୧୬ଜଣ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୯,୬୦,୫୧,୯୬୨ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୨୩ ତାରିଖ ସୁଦ୍ଧା ସମୁଦାୟ ୩୩,୦୫,୩୬,୦୬୪ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୯,୨୮,୧୨୭ଟି ନମୁନା।

Comments are closed.