ସାରାଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ : ଗୋଟିଏ ଦିନରେ ୧ ଲକ୍ଷ ୮୪ ହଜାର ଆକ୍ରାନ୍ତ ଚିହ୍ନଟ, ୧ ହଜାର ୨୭ ମୃତ

130

କନକ ବ୍ୟୁରୋ : ସାରାଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଜାରି ରହିଛି । ପୁଣି ଗତ ୨୪ ଘଂଟାରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ କରୋନାରେ ପ୍ରାଣ ହରାଇଛନ୍ତି ୧ ହଜାର ୨୭ ଜଣ ।

ଏପ୍ରିଲ ୫ ତାରିଖରେ ପ୍ରଥମଥର ଦେଶରେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ୭ ତାରିଖରୁ କ୍ରମାଗତ ୧ ଲକ୍ଷରୁ ଅଧିକ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟାରେ ୮୨ ହଜାର ୩୩୯ ଜଣ କରୋନାରୁ ସୁସ୍ଥ ହେବା ଫଳରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୬୫ ହଜାର ୭୦୪ରେ ପହଂଚିଛି । ଆଜି ପର୍ଯ୍ୟନ୍ତ ଦେଶରେ ମୋଟ୍ ୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି ।

ସେହିପରି ୧ କୋଟି ୨୩ ଲକ୍ଷ ୩୬ ହଜାର ୩୬ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । କରୋନାର ସଂକ୍ରମଣ ରୋକିବାକୁ ଟିକାକରଣକୁ ଜୋରଦାର କରାଯାଇଛି । ଦେଶରେ ଟିକା ଉତ୍ସବ ଜାରି ରହିଛି । ତେଣୁ ସାରା ଦେଶରେ ମୋଟ୍ ୧୧ କୋଟି ୧୧ ଲକ୍ଷ ୭୯ ହଜାର ୫୭୮ ଜଣଙ୍କୁ କରୋନା ଟିକା ଦିଆଯାଇ ସାରିଲାଣି ।