ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ବୈଠକ । କର୍ତାରପୁର କରିଡର ରୂପରେଖ ଓ ବୈଷୟିକ ପ୍ରସଙ୍ଗ ଉପରେ ୱାଘା ସୀମାରେ ହେବ ଆଲୋଚନା ।

180

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି କର୍ତାରପୁର କରିଡର ସଂକ୍ରାନ୍ତରେ ବୈଠକ ବସିବ । କର୍ତାରପୁର କରିଡର ରୂପରେଖ ଓ ବୈଷୟିକ ପ୍ରସଙ୍ଗ ଉପରେ ଦୁଇ ଦେଶ ଆଲୋଚନା କରିବେ । ୱାଘା ସୀମାରେ ଏହି ବୈଠକ ବସିବ । ବହୁ ସଂଖ୍ୟକ ତୀର୍ଥଯାତ୍ରୀ କର୍ତାରପୁର ସାହିବ ପରିଦର୍ଶନ କରିବାକୁ ଯେପରି ଯାଇପାରିବେ ଏପ୍ରସଙ୍ଗରେ ଭାରତ ଜୋର ଦେବ ।

ଦୋରାବାବା ନାନକ ଯାତ୍ରୀ ଟର୍ମିନାଲ ପରିସର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଗୁରୁ ନାନକଙ୍କ ୫୫୦ତମ ଜନ୍ମ ବାର୍ଷିକୀ ଚଳିତବର୍ଷ ନଭେମ୍ବରରେ ପଡ଼ୁଛି । ଏହା ପୂର୍ବରୁ ଅକ୍ଟୋବର ମାସ ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ଯୋଜନା ରହିଛି । ଦିନକୁ ୫ ହଜାର ଯାତ୍ରୀ ଏହି ଟର୍ମିନାଲ୍ ଦେଇ ସୁବିଧାରେ ଯେପରି ପାକିସ୍ତାନର ଗୁରୁଦ୍ୱାରା କର୍ତାରପୁର ସାହିବ ଯାଇ ଦର୍ଶନ କରିପାରିବେ ସେନେଇ ବ୍ୟବସ୍ଥା କରାଯାଉଛି ।