ରୋମାଞ୍ଚକର ସ୍ଥିତିରେ ମେଲବୋର୍ଣ୍ଣ ଟେଷ୍ଟ୍ ! ବିଜୟ ପାଇଁ ଭାରତକୁ ୨ଟି ଓି୍ୱକେଟ୍ ଆବଶ୍ୟକ, ସେପଟେ ଅଷ୍ଟ୍ରେଲିଆ ପାଇଁ ୧୪୨ ରନ ଟାର୍ଗେଟ । 

124

ମେଲବୋର୍ଣ୍ଣଠାରେ ଚାଲିଥିବା ବକ୍ସି ଡେ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦଳ ପରାଜୟର ଦ୍ୱାର ଦେଶରେ ପହଞ୍ଚିଯାଇଛି । ୩୯୯ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆଜି ୪ର୍ଥ ଦିବସ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୮ ଓ୍ଵିକେଟ ହରାଇ ୨୫୮ ରନ ସଂଗ୍ରହ କରିଛି । ଆସନ୍ତାକାଲି ମ୍ୟାଚର ଶେଷ ଦିନରେ ଏକ ଐତିହାସିକ ବିଜୟ ପାଇଁ ଭାରତ ଆଉ ମାତ୍ର ୨ଟି ଓ୍ଵିକେଟ ଆବଶ୍ୟକ କରୁଥିବାବେଳେ ଅଷ୍ଟ୍ରେଲିଆ ଆହୁରି ୧୪୧ ରନ ଆବଶ୍ୟକ କରୁଛି ।

ଜସପ୍ରିତ୍ ବୁମରା, ରବୀନ୍ଦ୍ର ଜାଦେଜାଙ୍କ ସହିତ ମିଶି ମହମ୍ମଦ ସାମି ଓ ଇଶାନ୍ତ ଶର୍ମା ଅଷ୍ଟ୍ରେଲିଆର ଦ୍ୱିତୟ ଇନିଙ୍ଗସର ୮ ଟି ଓ୍ଵିକେଟ ଅକ୍ତିଆର କରି ନେଇଥିବା ବେଳେ ଭାରତ ବିଜୟ ଠାରୁ ମାତ୍ର ୨ ଓ୍ଵିକେଟ ପଛରେ ରହିଛି। ଅଷ୍ଟ୍ରେଲିଆର ଶେଷ ସ୍ୱୀକୃତିପ୍ରାପ୍ତ ଯୋଡ଼ି ହେଡ୍ ଓ ପାଇନେ ପାଭିଲିୟନ ଫେରିଯିବା ପରେ ଅଷ୍ଟ୍ରେଲିଆର ସଂଘର୍ଷ କରିବା କ୍ଷମତା ମଧ୍ୟ କମି ଯାଇଛି। ପ୍ରଥମ ପାଳିରେ ଜସପ୍ରିତ୍ ବୁମରା ଙ୍କ ଶାଣୀତ ବୋଲିଂର ସାମ୍ନା କରି ନ ପାରି ଅଷ୍ଟ୍ରେଲିଆ ଦଳ ମାତ୍ର ୧୫୧ରନ୍ରେ ଅଲ ଆଉଟ୍ ହୋଇ ଯାଇଥିଲେ। ତେବେ ଅଷ୍ଟ୍ରେଲୀୟ ବୋଲର ମାନେ ଦ୍ୱିତୀୟ ଇନିଙ୍ଗସରେ ଭାରତର ବ୍ୟାଟିଂ ଲାଇନକୁ ଧ୍ୱସ୍ତ କରି ଦେଇଥଲେ। କେବଳ ମୟଙ୍କ ଅଗ୍ରଓ୍ଵାଲ ୪୨ରନ୍ ଓ ଓ୍ଵିକେଟ୍ କିପର ଋଷଭ ପନ୍ତ ୩୩ ରନ୍ କରି ଅଷ୍ଟ୍ରେଲିଆ ବୋଲିଂର ସଫଳ ମୁକାବିଲା କରିଥିଲେ। ତେବେ ଭାରତ ଦ୍ୱିତୀୟ ଇନିଙ୍ଗସରେ ୧୦୬/୮ରେ ଦ୍ୱିତୀୟ ପାଳି ଘୋଷଣା କରି ଅଷ୍ଟ୍ରେଲିଆ ସମ୍ମୁଖରେ ବିଶାଳ ୩୯୯ ରନର ବିଜୟ ଲକ୍ଷ୍ୟ ଧାର‌୍ୟ୍ୟ କରିଥିଲା ।