ପାକିସ୍ତାନକୁ ବିଜୟ ଲକ୍ଷ୍ୟ ୧୮୨ ରନ୍ । ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆ ୧୮୧/୭ । ବିରାଟ କୋହଲିଙ୍କ ଦମଦାର ୬୦ ରନ୍

110

କନକ ବ୍ୟୁରୋ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠରେ ଖେଳାଯାଉଥିବା ଏସିଆ କପ ସୁପର-୪ ମ୍ୟାଚରେ ପାକିସ୍ତାନ ଆଗରେ ୧୮୨ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି କ୍ରମାଗତ ୨ୟ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି ।

ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ କୋହଲିଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରେ ୧୮୧ ରନର ବଡ଼ ସ୍କୋର ଛିଡ଼ା କରିଥିଲା । କୋହଲି ୪୪ଟି ବଲ ଖେଳି ୬୦ ରନ କରିଥିଲେ । ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଦ୍ରୁତ ଗତିରେ ଇନିଂସ ଆରମ୍ଭ କରି ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ବ୍ୟାଟ୍ସମ୍ୟାନ ୨୮ ରନ ଲେଖାଏଁ କରିଥିଲେ । ତେବେ ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା ଦ୍ବାରା ଦଳୀୟ ସ୍କୋର ଟିକିଏ ଧୀମେଇ ଯାଇଥିଲା । ସୂର୍ଯ୍ୟକୁମାର ଯାଦବ ୧୩ ରନ , ଋଷଭ ପନ୍ତ ୧୪ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୦ ରନ କରି ଆଉଟ ହେବା ଦ୍ବାରା ଦଳୀୟ ରନ ଗତି କମିଯାଇଥିଲା ।

ପାକିସ୍ତାନ ପକ୍ଷରୁ ସଦାବ ଖାଁ ୨ଟି ଓ୍ବିକେଟ ନେଇଥିବାବେଳେ ନସିମ ଶାହା, ମହମ୍ମଦ ହସନାନ,ହାରିସ ରୌଫ ଓ ମହମ୍ମଦ ନଓ୍ବାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।