ଶେଷ ବଲରେ ଭାରତକୁ ଝଟକା ! ପ୍ରଥମ ଟି-ଟ୍ୱେଣ୍ଟିରେ ବିରାଟ ବାହିନୀର ପରାଜୟ, ୩ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ ।

222

କନକ ବ୍ୟୁରୋ : ପରାଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ । ପ୍ରଥମ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆ ଠାରୁ ୩ ୱିକେଟରେ ପରାସ୍ତ ହୋଇଛି ଭାରତ । ଶେଷ ବଲରେ ସଂଘର୍ଷ କରି ଜିତିଛି ଅଷ୍ଟ୍ରେଲିଆ ।ବିଶାଖାପାଟଣାରେ ଖେଳାଯାଇଥିବା ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭାରତୀୟ ପ୍ରଥମରୁ ହିଁ ବିପର୍ଯ୍ୟୟର ସାମ୍ନା କରିଥିଲା । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ମାତ୍ର ୫ ରନରେ ଆଉଟ୍ ହେବା ପରେ ଧିମା ବ୍ୟାଟିଂ ଜାରି ରଖିଥିଲା ଭାରତ । ତେବେ ଲୋକେଶ ରାହୁଲଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାତର ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୬ ରନ୍ କରିବାକୁ ସମର୍ଥ ହୋଇଥିଲା ।

୧୨୭ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳ ମଧ୍ୟ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଶେଷ ଓଭରରେ ୪ ଓ୍ଵିକେଟ ବିନିମୟରେ ୧୪ ରନ୍‌ ଦରକାର ଥିବା ବେଳେ କଙ୍ଗାରୁ ଦଳର ଖେଳାଳିମାନେ ଏହାକୁ ସଂଘର୍ଷ କରି ସଫଳ ହୋଇଛନ୍ତି। ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୨୭ ରନ କରିଛି। ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ରହିଛି। ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଜବରଦସ୍ତ ଅର୍ଦ୍ଧଶତକ ଏବଂ ଡାର୍ସି ସଟଙ୍କ ଭଲ ପ୍ରଦର୍ଶନ ଦଳକୁ ଏକ ସହଜ ବିଜୟ ଦେଇଛି । ଏହି ବିଜୟ ସହ ଅଷ୍ଟ୍ରେଲିଆ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି । ତେବେ ଆଗାମୀ ଟି-ଟ୍ୱେଣ୍ଟି ଆସନ୍ତା ୨୭ ତାରିଖରେ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚେ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି ।