କଳିଙ୍ଗରେ ଭାରତର ବିଶ୍ୱକପ ହକି ଅଭିଯାନ ଶେଷ । ନେଦରଲାଣ୍ଡ ଠାରୁ ୨-୧ ପରାସ୍ତ ହୋଇ ସେମିଫାଇନାଲରୁ ବାଦ୍ ପଡିଲା ଟିମ୍ ଇଣ୍ଡିଆ

335

କନକ ବ୍ୟୁରୋ : ଭାରତର ବିଶ୍ୱକପ ହକି ଅଭିଯାନ ଶେଷ । ବିଶ୍ୱକପ ହକିରୁ ବାଦ ପଡିଲା ଟିମ ଇଣ୍ଡିଆ । ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ପାଇଁ ଥିଲା କର ବା ମର ସ୍ଥିତିା ନେଦରଲ୍ୟାଣ୍ଡ ସହ କଡା ମୁକାବିଲା ସତ୍ୱେ ଭାରତକୁ ପରାଜୟର ସାମନା କରିବାକୁ ପଡିଛି । ଶେଷ ମିନିଟ ପର୍ଯ୍ୟନ୍ତ ଚାଲିଥିବା ଏହି ଘମାସାନ ଲଢେଇରେ ଭାରତ ନେଦରଲ୍ୟାଣ୍ଡକୁ ଗୋଟିଏ ମାତ୍ର ଗୋଲ ଦେଇପାରିଥିଲା ।


ତେବେ ଜବରଦସ୍ତ ପ୍ରଦର୍ଶନ ସହ ନେଦରଲ୍ୟାଣ୍ଡ ଭାରତକୁ ୨-୧ ଗୋଲରେ ପରାସ୍ତ କରିଛି । ଏହି ପରାଜୟ ସହ ଭାରତ ସେମିଫାଇନାଲ ରେସରୁ ବାଦ ପଡିଛି । ବିଶ୍ୱକପ ହକିରୁ ବିଦାୟ ନେଇଛି ଟିମ ଇଣ୍ଡିଆ । ଏହାସହ ଭାରତକୁ ହରାଇ ସେମିଫାଇନାଲରେ ସ୍ଥାନ ପକା କରିଥିବା ନେଦରଲ୍ୟାଣ୍ଡ ପରବର୍ତ୍ତୀ ମ୍ୟାଚରେ ବିଶ୍ୱକପ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି । ତେବେ ମ୍ୟାଚ୍ ପରେ ଭାରତୀୟ ଟିମ୍ ପକ୍ଷରୁ ଯେଉଁ ପ୍ରେସମିଟ୍ କରାଯାଇଥିଲା ସେଥିରେ ପରାଜୟ ପାଇଁ ଅମ୍ପାୟରଙ୍କ ଭୁଲ ନିଷ୍ପତିକୁ ଦାୟୀ କରିଛନ୍ତି ଅଧିନାୟକ ଓ କୋଚ୍ ହରେନ୍ଦ୍ର ସିଂ । ଏହା ପୂର୍ବରୁ ପ୍ରଥମେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ବେଲଜିୟମ ଜର୍ମାନୀକୁ ୨-୧ ଗୋଲରେ ହରାଇ ସେମିଫାଇନାଲରେ ପହଂଚିଛି । ସେହିଭଳି ବେଲଜିୟମ ଇଂଲଣ୍ଡ ମଧ୍ୟରେ ଖେଳାଯିବ ସେମିଫାଇନାଲର ଅନ୍ୟ ଏକ ମ୍ୟାଚ୍ ।