କନକ ବ୍ୟୁରୋ : ଅଲିମ୍ପିକ୍ସ ହକିର ଦ୍ୱିତୀୟ ସେମିଫାଇନାଲ ଆଜି ଦିନ ୩ଟା ୩୦ରେ ଖେଳାଯିବ । ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ହେବ ମୁକାବିଲା । ଏହି ମ୍ୟାଚ୍ ଯିଏ ଜିତିବ, ସେହି ଦଳ ବେଲଜିୟମ୍ ସହ ଫାଇନାଲ ଖେଳିବ । ପରାଜୟ ଦଳ ଭାରତର ସହ ବ୍ରୋଞ୍ଜ ପାଇଁ ଲଢେଇ କରିବ । ତେବେ ଭାରତ କାହା ସହ ଖେଳିଲେ ବିଜୟ ସହଜ ହେବ । ଅଷ୍ଟ୍ରେଲିଆ ନା ଜର୍ମାନୀ । ଚଳିତ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା ଭାରତ ।

Advertisment

ଗତ ୨୫ ତାରିଖରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତକୁ ୭-୧ରେ ପରାସ୍ତ କରିଥିଲା ଦଳ । ଅଲିମ୍ପିକ୍ସରେ ଭାରତର ଦୁର୍ବଳତାକୁ ପରଖି ସାରିଛି ଭାରତ । ତେଣୁ ଅଷ୍ଟ୍ରେଲିଆ ସହ ମୁକାବିଲା ହେଲେ ଭାରତ ପାଇଁ କଷ୍ଟକର ହୋଇପାରେ । ଅନ୍ୟପଟେ ଅଷ୍ଟ୍ରେଲିଆଠାରୁ ହାରିଥିବାରୁ ମ୍ୟାଚ୍ ଜିତି ପରାଜୟର ବଦଲା ନେବାକୁ ଚାହିଁବ ଭାରତ । ସେପଟେ ଏପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍ସରେ ଗୋଟିଏ ବି ମ୍ୟାଚ୍ ଜର୍ମାନୀ ସହ ଖେଳି ନାହିଁ ଟିମ୍ ଇଣ୍ଡିଆ । ତେଣୁ ଯଦି ଜର୍ମାନୀ ସହ ଭାରତ ଶେଷ ମ୍ୟାଚ୍ ଖେଳି ବ୍ରୋଞ୍ଜ ପଦକ ହାସଲ ପାଇଁ ଚେଷ୍ଟା କରିବ ।