କରୋନା ବିରୋଧୀ ଲଢେଇରେ ଅଧିକ ସଶକ୍ତ ହେଲା ଭାରତ । ଆସିଲା ବିଶ୍ୱର ପ୍ରଥମ ନାଜାଲ ଭ୍ୟାକ୍ସିନ ।

94

କନକ ବ୍ୟୁରୋ: କୋଭିଡ ଟିକା ପାଇଁ ଏବେ ଆସିଛି ନୂଆ ବିକଳ୍ପ । ଭାରତରେ ଲଞ୍ଚ ହୋଇଛି ବିଶ୍ୱର ପ୍ରଥମ କୋଭିଡ ନାଜାଲ ସ୍ପ୍ରେ । ଜାନୁଆରୀ ୨୬ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟିକା ଲଞ୍ଚ କରି କହିଛନ୍ତି କି କୋଭିଡ ବିରୋଧୀ ଲଢେଇରେ ଅଧିକ ମଜବୁତ ହେବ ।

  • କରୋନା ବିରୋଧୀ ଲଢେଇ
  • ଅଧିକ ସଶକ୍ତ ହେଲା ଭାରତ
  • ଆସିଗଲା ପ୍ରଥମ ନାଜାଲ ଭ୍ୟାକ୍ସିନ୍ 
  • ଏଣିକି ନାକରେ ନେବେ କୋଭିଡ ଟିକା

କୋଭିଡ଼ ମହାମାରୀ ପୁଣି ଥରେ ଭୟ ବଢ଼ାଇଥିବାବେଳେ ଭାରତରେ ଲଞ୍ଚ ହୋଇଛି ଦୁନିଆର ପ୍ରଥମ ନାଜାଲ କୋଭିଡ ଟିକା । ଭାରତ ବାୟୋଟେକ ଦ୍ୱାରା ବିକଶିତ ଏହି ନାଜାଲ ଭ୍ୟାକସିନ ଇନକୋଭାକକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ମିଳିତ ଭାବେ ଲଞ୍ଚ କରିଛନ୍ତି । ଗଣତନ୍ତ୍ର ଦିବସ ଅବସରରେ ବିଶ୍ୱର ପ୍ରଥମ ଇନଟ୍ରା ନାଜାଲ ଟୀକା । ଯାହା କୋଭିଡ଼ ପାଇଁ ସମ୍ପୂର୍ଣ୍ଣ ଶକ୍ତ ଅସ୍ତ୍ର ଭଳି । ତେବେ ଏହାକୁ ଅନ୍ୟ ଟୀକା ପରି ବାହୁରେ ନୁହେଁ ନାକରେ ଦିଆଯିବ । ତେବେ ଏହାକୁ ନାକରେ ଡ଼୍ରପ ଭଳି ଦିଆଯିବ । ଏହାକୁ ୧୮ ବର୍ଷରୁ ଅଧିକ ବର୍ଷ ବୟସର ବ୍ୟକ୍ତିମାନେ ନେଇପାରିବେ । ଏହାକୁ ଲଞ୍ଚ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି, ଇନକୋଭାକ ଲଞ୍ଚ ହେବା ଆତ୍ମନିର୍ଭର ଭାରତକୁ ଅଧିକ ମଜବୁତ କରିଛି ।

ନାକରେ ନେବେ କରୋନା ଟିକା

  • ନାଜାଲ ଭ୍ୟାକ୍ସିନ ଇନକୋଭାକ ବିଶ୍ୱର ପ୍ରଥମ ଇନଟ୍ରା ନାଜାଲ ବା ଅନ୍ତନାର୍ସିକ ଟୀକା
  • ଏହି ଟୀକାକୁ ବାହୁରେ ନୁହେଁ ନାକରେ ଡ୍ରପ ଭଳି ନିଆଯିବ
  • ଏହି ଭ୍ୟାକସିନର ଉଭୟ ସରକାରୀ ଡାକ୍ତରଖାନା ଓ ଘରୋଇ ଡ଼ାକ୍ତରଖାନାରେ ଉପଲବ୍ଧ ରହିବ
  • ସରକାରୀ ଡ଼ାକ୍ତରଖାନାରେ ପ୍ରତି ଡ଼ୋଜ ପିଛା ଏହାର ମୂଲ୍ୟ ୩୨୫ ଟଙ୍କା ରହିଥିବାବେଳେ ଘରୋଇ ଡ଼ାକ୍ତରଖାନାରେ ୮୦୦ ଟଙ୍କା ରହିବ
  • ଇନକୋଭାକୁ ଭାରତ ବାୟୋଟେକ ଓ ୱାଂସିଟନ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି
  • ଏହା ପୂର୍ବରୁ ଏହାର ନାମ ବିବିଭି୧୫୪ ଥିଲା , ଏବେ ଏହା ଇନକୋଭାକ ଭାବେ ନାମିତ
  • ଯେଉଁ ବ୍ୟକ୍ତି କୋଭାକ୍ସିନ କିମ୍ବା କୋଭାକସିଲଡର ଦୁଇ ଡ଼ୋଜ ନେଇଥିଲେ ମଧ୍ୟ ଏହାକୁ ବୁଷ୍ଟର ଡ଼ୋଜ ଭାବେ ନେଇପାରିବ
  • ଯଦି କୌଣସି ଭ୍ୟାକ୍ସିନ ନେଇ ନାହାନ୍ତି ତଥାପି ଏହାକୁ ମଧ୍ୟ ନେଇପାରିବେ
  • ନାଜାଲ ଟିକାର ପ୍ରଥମ ଓ ଦୁଇଟି ଟିକା ମଧ୍ୟରେ ୨୮ଦିନର ଅନ୍ତର ରଖାଯିବ
  • ଡୋଜ ନେବା ପାଇଁ କୋୱିନ ପୋର୍ଟାଲରେରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ

ନାଜାଲ ଭ୍ୟାକ୍ସିନ ଇନକୋଭାକ ଅନ୍ୟ ଟୀକା ତୁଳନା ଅଧିକ ଉପଯୋଗୀ ବୋଲି ଗବେଷଣା କରାଯାଇଛି । ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି, ଏହାକୁ ବ୍ୟବହାର କରିବା ଖୁବ ସହଜ ଏବଂ ଏହା ତୁରନ୍ତ ଇମ୍ୟୁନିଟି ସୃଷ୍ଟି କରିଥାଏ । ତେବେ କୋଭିଡ଼ ମହାମାରୀରୁ ରକ୍ଷା ପାଇବା ପାଇଁ ଏହି ନାଜାଲ ଭ୍ୟାକ୍ସିନ ଇନକୋଭାକକୁ ନେଇ ସାରା ବିଶ୍ୱ ଆଶାବାଦୀ । ଏହା ବଜାରକୁ ଆସିବା ନେଇ କୈାଣସି ତାରିଖ ନିର୍ଦ୍ଧାରିତ ହୋଇ ନଥିଲେ ମଧ୍ୟ ଏହା ଫେବୃୟାରୀରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି ।