ଭାରତ ଏମିତି ଗାଁ: ଯେଉଁଠି ଛୁଇଁଲେ ଦେବାକୁ ପଡେ ଜରିମାନା

365

କନକ ବ୍ୟୁରୋ: ଭାରତରେ ଏମିତି କିଛି ଗାଁ ରହିଛି ଯାହା ଏବେ ବି ନିୟମ କାନୁନରେ ଚାଲୁଛି । ଏଠାକୁ ଯିବା ପୂର୍ବରୁ ଯଦି ଆପଣ ଏହି ଗାଁର ନିୟମ କାନୁନ ବିଷୟରେ ଅଜଣା ଅଛନ୍ତି ତେବେ ଆପଣ ବିପଦରେ ପଡିପାରନ୍ତି । ଆଉ ଆପଣଙ୍କୁ ଜରିମାନା ଲାଗିପରେ । ଏମିତି ଏକ ଗାଁ ହେଉଛି ସିମଲା କୁଲ୍ଲୁ ଜିଲ୍ଲାର ମଲାନା । ଏହି ଗାଁର ନିଜର ଅନେକ କିଛି ନିୟମ ରହିଛି । ଯାହାକୁ ପାଳନ କରିବା ଏଠାକୁ ଆସୁଥିବା ଟୁରିଷ୍ଟଙ୍କ ପାଇଁ ମଧ୍ୟ ବାଧ୍ୟତାମୂଳକ । ଏହି ନିୟମଗୁଡିକ ମଧ୍ୟରେ ଏମିତି ଏକ ନିୟମ ରହିଛି ଯାହା ସବୁଠାରୁ ବିଚିତ୍ର । ଗାଁକୁ ଯିବା ପୂର୍ବରୁ ଆପଣ ଯଦି ଏହି ନିୟମ ବିଷୟରେ ଜାଣି ନାହାନ୍ତି ତେବେ ଆପଣଙ୍କ ଭୁଲ ଯୋଗୁଁ ଆପଣ ଜରିମାନା ଦେଇପାରନ୍ତି । ତେବେ ଆସନ୍ତୁ ଜାଣିବା କଣ ସେହି ନିୟମ ।

ଏହି ନିୟମ ହେଉଛି ଗାଁରେ ଆପଣ କୌଣସି ଜିନିଷକୁ ଛୁଇଁ ପାରିବେନି । ଏହି ନିୟମର ସମସ୍ତ ସୂଚନା ଗାଁକୁ ପ୍ରବେଶ କରିବା ପୂର୍ବରୁ ଏକ ବୋର୍ଡରେ ଲେଖା ହୋଇଛି । ଏହି ବୋର୍ଡରେ ଲେଖାଯାଇଛି ତୁମେ ଗାଁର କେଉଁ ଜିନିଷକୁ ଛୁଇଁଲେ କେତେ ଜରିମାନା ଦେବାକୁ ହେବ । ଆଉ ଗାଁକୁ ଯିବା ପୂର୍ବରୁ ଆପଣଙ୍କୁ ଏହି ବୋର୍ଡ ପଢିକି ଯିବାକୁ ହେବ ।

ମଲାନା ଗାଁକୁ ଯିବା ପରେ ଆପଣ ଯଦି କିଛି ଛୁଇଁ ଦେଉଛନ୍ତି ଦେବେ ଆପଣଙ୍କୁ ୧ ହଜାରରୁ ୨୫୦୦ ଯାଏଁ ଜରିମାନା ଦେବାକୁ ହେବ । ଏଠାରେ ନିୟମ ଏତେ କଠୋର ଯେ ଟୁରିଷ୍ଟମାନେ ବି ଦୋକାନର କୌଣସି ଜିନିଷ ଛୁଇଁପାରିବେନି । ଯଦି ଆପଣ ଏହି ଗାଁର କୌଣସି ଦୋକାନକୁ ଯାଉଛନ୍ତି ଆଉ ସେଠୁ କୌଣସି ଜିନିଷ କିଣୁଛନ୍ତି ତେବେ ଦୋକାନୀ ଆପଣଙ୍କ ହାତରେ ଜିନିଷ ଦେବେନି ବରଂ ଦୋକାନ ବାହାରେ ଜିନିଷ ଥୋଇଦେବେ ।

ସିମଲାର ଏହି ଗାଁର ଏକ ଖାସ ଇତିହାସ ରହିଛି । ଅତିତରେ ଏହାର ଏକ ନିଜର ସମ୍ବିଧାନ ରହିଥିଲା । ଏହି ସମ୍ବିଧାନ ହିସାବରେ ଏହି ଗାଁ ଚାଲୁଥିଲା । ଆଉ ଏବେ ବି ସେହି ସମ୍ବିଧାନର କିଛି ନିୟମ ଏଠାରେ ଚାଲୁଛି । କୁହାଯାଏ ଏହି ଗାଁରେ ଦୁନିଆର ସବୁଠାରୁ ପୁରୁଣା ଲୋକତନ୍ତ୍ର ରହିଛି । ପାହାଡ ପର୍ବତ ଘେରା ଏହି ଗାଁକୁ ଯେତେବେଳେ ଆପଣ ଯିବେ ସେତେବେଳେ ଆପଣ କିଛି ଅଲଗା ଅନୁଭବ କରିବେ । ଆପଣଙ୍କୁ ଏଠାକାର ଲୋକ ଓ ତାଙ୍କ ଚାଲିଚଳଣକୁ ଦେଖିଲେ ଲାଗିବ ଯେମିତି ଆପଣ କୌଣସି କୌଣସି ଅଲଗା ଦୁନିଆକୁ ଚାଲିଆସିଛନ୍ତି ।