ଇଣ୍ଟରନେଟ ସ୍ପିଡ ମାମଲାରେ ପାକିସ୍ତାନ ଠାରୁ ପଛରେ ରହିଛି ଭାରତ ! ଜାଣନ୍ତୁ ଏହା ପଛର ଦୁଇଟି କାରଣ ।

68

ଇଣ୍ଟରନେଟ ସ୍ପିଡ ମାମଲାରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ଠାରୁ ପଛରେ ରହିଛି ଭାରତ । ଭାରତର ଫୋର-ଜି ଡାଟା ସ୍ପିଡ ପାକିସ୍ତାନ ଏବଂ ଶ୍ରୀଲଙ୍କା ଅପେକ୍ଷା ଖୁବ କମ ବୋଲି ମତ ଦେଇଛନ୍ତି ବ୍ରିଟେନର ଇଣ୍ଟରନେଟ ସ୍ପିଡ ଟେଷ୍ଟର ଓପନସିଗନାଲ କମ୍ପାନୀ । ଯଦିଓ ଏହି ଦୁଇଟି ଦେଶ ବିକଶିତ ଦେଶ ମାମଲାରେ ପଛରେ ରହିଛନ୍ତି, କିନ୍ତୁ ଇଣ୍ଟରନେଟ ସ୍ପିଡ ମାମଲାରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ଦୁନିଆର ଅନ୍ୟ ଅଗ୍ରଣୀ ଦେଶ ମାନଙ୍କ ମଧ୍ୟ ଅନ୍ୟତମ ରହିଛନ୍ତି ।

ବଫରିଙ୍ଗ ସମସ୍ୟା ଭାରତରେ ଅଧିକ ।

ଆଜି ଆମ ଦେଶରେ ଇଣ୍ଟରନେଟ ସର୍ବିସ ପ୍ରୋଭାଇଡର କମ୍ପାନୀ ମାନେ ଫୋର-ଜି କୁ ବାଦ ଦେଇ ୫-ଜି ଲଞ୍ଚ କରିବା ପାଇଁ ଯୋଜନା ଚଳାଇଛନ୍ତି । ଘରୋଇ ବ୍ରଡବ୍ୟାଣ୍ଡ ପାଇଁ ଫାଇବର ବେସ୍ଡ ଉପରେ ଆଧାରିତ କମ୍ପାନୀ ଭବିଷ୍ୟତରେ ୧୦୦ ଏସପିଏସ ସ୍ପିଡ ଦେବା ପାଇଁ ଦାବି କରୁଛନ୍ତି । ଭାରତୀୟ କମ୍ପାନୀ ମାନେ ଇଣ୍ଟରନେଟ ୟୁଜର୍ସ ମାନଙ୍କ ପାଇଁ ଏତେ ସବୁ ସୁବିଧା ଯୋଗାଇଦେବା କଥା ଦାବି କରୁଥିଲେ ମଧ୍ୟ ଭାରତେରେ ବଫରିଙ୍ଗ ସମସ୍ୟା ଆଜି ମଧ୍ୟ ଜାରି ରହିଛି ।

ଭାରତର ଇଣ୍ଟରନେଟ ସ୍ପିଡ

ଯଦି ଆମେ ଭାରତର ଇଣ୍ଟରନେଟ ସ୍ପିଡ କଥା କହିବା ତେବେ ଭାରତରେ ଆଜିର ଇଣ୍ଟରନେଟ ସ୍ପିଡ ହେଉଛି ୬.୧ ଏମବିପିଏସ । ଯାହା ଅନ୍ୟ ଦେଶ ତୁଳନାରେ ଖୁବ କମ । କିନ୍ତୁ ବୈଶୟୀକ ସ୍ତରରେ ମୋବାଇଲ ଡାଟା ସ୍ପିଡର ଗ୍ଲୋବାଲ ଆଭରେଜ ୧୭ ଏମବିପିଏସ ରହିଛି ।

ଆମେରିକାର ଇଣ୍ଟରନେଟ ସ୍ପିଡ କମ୍ପାନୀ ଉକଲା ଦୁନିଆର ୧୨୪ଟି ଦେଶକୁ ନେଇ ଏକ ର୍ୟାକିଂ ଲିଷ୍ଟ ତିଆରି କରିଛି । ଏହି ଅନୁଯାୟୀ ଭାରତକୁ ୧୦୯ ସ୍ଥାନ ମିଳିଛି । ମୋଟାମୋଟି ଭାବେ କହିବାକୁ ଗଲେ ଭାରତ ଏହି ତାଲିକାରେ ସବୁଠୁ ନିମ୍ନରେ ରହିଛି । ଭାରତରେ ଇଣ୍ଟରନେଟ ଡାଉନଲୋଡିଂ ସ୍ପିଡ ପ୍ରାୟ ୯.୧୨ ଏମବିପିଏସ ହୋଇଥିବା ବେଳେ ଅନ୍ୟ ଦେଶ ଗୁଡିକର ସ୍ପିଡ ୨୩.୫୪ ଏମବିପିଏସ ଠାରୁ ମଧ୍ୟ ଅଧିକ ରହିଛି ।

ଉଲ୍ଲେଖଯୋଗ୍ୟ କି, ଭାରତରେ ଲଗାତାର ପ୍ରତିମାସରେ ଲକ୍ଷ ଲକ୍ଷ ଉପଭୋକ୍ତା ଇଣ୍ଟରନେଟ ସହ ଯୋଡି ହେଉଛନ୍ତି । କେବଳ ସେତିକି ନୁହେଁ ପ୍ରତିଦିନ ଭାରତରେ ଲଞ୍ଚ ହେଉଥିବା ନୂତନ ଧରଣର ସ୍ମାର୍ଟ ଫୋନ କାରଣରୁ ମଧ୍ୟ ଇଣ୍ଟରନେଟ ସ୍ପିଡ କମ ହେଉଛି । ତେଣୁ ଅନ୍ୟ ଦେଶ ତୁଳନାରେ ଭାରତ ପଛରେ ପଡିଯାଇଛି ।