ଭାରତରୁ ବିମାନ ଚଳାଚଳ ବନ୍ଦ କଲା ହଂକ କଂଗ । ଦିଲ୍ଲୀରୁ ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ୪୯ ଜଣ ପଜିଟିଭ୍ ଚିହ୍ନଟ

143

କନକ ବ୍ୟୁରୋ : ଭାରତରୁ ହଂକ କଂଗ ଯାଉଥିବା ସମସ୍ତ ବିମାନ ଚଳାଚଳ ଉପରେ ରୋକ ଲଗାଇଲା ହଂକ କଂଗ ସରକାର । ଅଧିକାରୀଙ୍କ ତରଫରୁ ମଙ୍ଗଳବାର ଦିନ ଦିଆଯାଇଥିବା ସୂଚନା ମୁତାବକ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ନୂଆଦିଲ୍ଲୀରୁ ହଂକ କଂଗ ଯିବା ପାଇଁ ବିମାନରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା କୁହାଯାଇଛି । ଏହି ସମସ୍ତ ଯାତ୍ରୀ ଏପ୍ରିଲ ୪ ତାରିଖରେ ବିସ୍ତରା ବିମାନରେ ହଂଗ କଂଗ ଯାଇଥିଲେ ।

କହିରଖୁ କି ହଂକ କଂଗରେ ଚଳିତବର୍ଷ କରୋନା ସଂକ୍ରମଣ ହାର ବହୁତ କମ୍ ରହିଛି । ସୋମବାର ଦିନ ପାକିସ୍ତାନ, ଫିଲିପାଇନ୍ସ ଓ ଭାରତରୁ ହଂକ କଂଗ ଯାଉଥିବା ସମସ୍ତ ବିମାନ ଉଡାଣ ଉପରେ ୨ ସପ୍ତାହ ପାଇଁ ରୋକ୍ ଲଗାଯାଇଛି ।