FIH ହକି ସିରିଜ୍ ଫାଇନାଲରେ ଭାରତର ହାଟ୍ରିକ୍ । ଉଜବେକିସ୍ତାନକୁ ୧୦-୦ ଗୋଲରେ ହରାଇ ସେମିଫାଇନାଲରେ ଟିମ୍ ଇଣ୍ଡିଆ ।

65

କନକ ବ୍ୟୁରୋ : ଏଫଆଇଏଚ୍ ହକି ସିରିଜ ଫାଇନାଲରେ ଗୃପ ଏ ରୁ ସିଧାସଳଖ ସେମିଫାଇନାଲରେ ସ୍ଥାନ ପାଇଛି ଭାରତ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ମ୍ୟାଚରେ ଭାରତ ଉଜବେକିସ୍ତାନକୁ ୧୦-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ଉଠିଛି । ପ୍ରଥମ ଦୁଇଟି କ୍ୱାର୍ଟରରେ ଭାରତ ୭ଟି ଗୋଲ୍ ଦେଇଥିବା ବେଳେ ଅନ୍ୟ ତିନିଟି ଗୋଲ ଶେଷ କ୍ୱାଟରରେ ଦେବାକୁ ସକ୍ଷମ ହୋଇଥିଲା ।

ତେବେ ଅନ୍ୟ ଦୁଇଟି ମ୍ୟାଚରେ ସାଉଥଆଫ୍ରିକା ମେକ୍ସିକୋକୁ ୬-୦ ଗୋଲରେ ପରାସ୍ତ କରିଥିବା ବେଳେ ଜାପାନ ଏବଂ ୟୂୁଏସଏ ମଧ୍ୟରେ ହୋଇଥିବା ମ୍ୟାଚ୍ ୨-୨ ରେ ଡ୍ର ରହିଛି । ଆସନ୍ତା ୧୨ ତାରଖ ଦିନ କ୍ରସ ଓଭର ମ୍ୟାଚରେ ବିଭିନ୍ନ ଦଳ ସାମିଲ ହେବେ ।