ଜାସନ ରଏଙ୍କ ଦମଦାର ବ୍ୟାଟିଂ: ୧୬୪ ରନ କଲା ଇଂଲଣ୍ଡ ଦଳ । ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ । 

54

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-୨୦ରେ ଜାସନ ରଏଙ୍କ ଦମଦାର ବ୍ୟାଟିଂ । ଫଳରେ ୧୬୪ ରନ କରିଛି ଇଂଲଣ୍ଡ ଦଳ । ଏବେ ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ । ଏହି ମ୍ୟାଚ ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ରହିଛି । 

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଆସିଥିଲା ଇଂଲଣ୍ଡ ଦଳ । ଇଂଲଣ୍ଡ ଭଲ ପ୍ରଦର୍ଶନ କରିଥିଲା । ଦଳ ପକ୍ଷରୁ ଜାସନ ରଏ ୪୬, ଇୟନ ମୋର୍ଗାନ ୨୮ କରିଥିଲେ । ଫଳରେ ଦଳ ୨୦ ଓଭରରେ ୧୬୪ ରନ କରିବାରେ ସକ୍ଷମ ହୋଇଥିଲା । 

ଏବେ ଭାରତ ଆଗରେ ୧୬୫ ରନ ଟାର୍ଗେଟ ରହିଛି । ଭାରତକୁ ଜିତିବା ହେଲେ ୧୬୫ ରନ କରିବାକୁ ହେବ । ଆଜି ଦଳରେ ସାମିଲ ହୋଇଛନ୍ତି ସୂର୍ଯ୍ୟ କୁମରା ଯାଦବ ଓ ଇଶାନ କିଷାନ ।