ଋଷ ଠାରୁ ତେଲ କିଣା ପ୍ରସଙ୍ଗରେ ଜବାବ ରଖିଲା ଭାରତ: କହିଲା ୟୁରୋପ ତୁଳନାରେ ବହୁତ କମ୍ ତେଲ କିଣୁଛି ଭାରତ

202

କନକ ବ୍ୟୁରୋ: ରୁଷିଆ ଠାରୁ ଅଶୋଧିତ ତୈଳ କିଣିବାକୁ ନେଇ ଜାରି ରହିଥିବା ବିବାଦ ଭିତରେ ମଙ୍ଗଳବାର ଆମେରିକାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିଜ ପ୍ରତିକ୍ରିୟା ରଖିଛନ୍ତି । ଆମେରିକା – ଭାରତ ମଧ୍ୟରେ ଟୁ ପ୍ଲସ ଟୁ ବୈଠକରେ ଭାରତ ପକ୍ଷରୁ ଉତର ରଖିଛନ୍ତି ମନ୍ତ୍ରୀ ଏସ.ଜୟଶଙ୍କର । ସେ କହିଛନ୍ତି ୟୁରୋପ, ରୁଷିଆ ଠାରୁ ଗୋଟିଏ ଦିନରେ ଯେତିକି ତେଳ କିଣୁଛି, ଭାରତ ଏକ ମାସରେ ବି ରୁଷିଆ ଠାରୁ ସେହି ପରିମାଣରେ ଅଶୋଧିତ ତୈଳ କିଣୁନାହିଁ ।

ଆମେରିକାରେ ଜାରି ରହିଥିବା ଟୁ ପ୍ଲସ୍ ଟୁ ବୈଠକରେ କିଛି ଏଭଳି ପ୍ରତିକ୍ରିଆ ରଖିଛନ୍ତି ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ମଙ୍ଗଳବାର ଆମେରିକା ଓ ଭାରତ ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କରଙ୍କୁ ରୁଷିଆ ଠାରୁ ଭାରତ ଅଶୋଧିତ ତୈଳ କିଣା ପ୍ରସଙ୍ଗକୁ ନେଇ ପ୍ରଶ୍ନ କରାଯାଇଥିଲେ ଆମେରିକା ସାମ୍ବାଦିକ । ଏହି ପ୍ରସଙ୍ଗରେ ଭାରତର ନିଷ୍ପତିକୁ ଉଚିତ୍ ବୋଲି କହିଲେ ମନ୍ତ୍ରୀ ଏସ୍.ଜୟଶଙ୍କର ।

ଯଦି ଆପଣମାନେ ରୁଷିଆ ଠାରୁ ଭାରତ ଉର୍ଜା କିଣିବା ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି, ତାହାଲେ ମୋର ମତ ରହିବ ଆପଣମାନେ ପ୍ରଥମେ ୟୁରୋପକୁ ଦେଖନ୍ତୁ.. ଆମେ ଆମର ଉର୍ଜା ଶକ୍ତି ସୁରକ୍ଷା ପାଇଁ ଆବଶ୍ୟକ ଉର୍ଜାର ଅଳ୍ପ ଅଂଶ ରୁଷିଆ ଠାରୁ ଆମଦାନୀ କରିଥାଉ.. ହେଲେ ଯଦି ଆପଣମାନେ ସଂଖ୍ୟାକୁ ଦୃଷ୍ଟି ଦେବେ ତାହାଲେ ଆମେ ଯେତିକି ଏକ ମାସରେ ରୁଷିଆ ଠାରୁ ତୈଳ ଆମଦାନୀ କରିଥାଉ, ତା ଠାରୁ କେତେ ଗୁଣା ଅଧିକ ତୈଳ ୟୁରୋପ ଗୋଟିଏ ଦିନରେ ରୁଷିଆ ଠାରୁ କିଣିଥାଏ ।

ଆମେରିକା ବୈଦେଶିକ ସଚିବ ଆଂଟୋନୀ ବ୍ଲିଙ୍କେନଙ୍କ ସମ୍ମୁଖରେ ଏସ. ଜୟଶଙ୍କର ସ୍ପଷ୍ଟ ଭାବେ ନିଜ ମତ ରଖିଛନ୍ତି । ୟୁକ୍ରନ-ରୁଷିଆ ଯୁଦ୍ଧକୁ ନେଇ ମଧ୍ୟ ଭାରତୀୟ ବୈଦେଶିକ ମନ୍ତ୍ରୀ କହିଛନ୍ତି, ହିଂସାକୁ ସବୁବେଳେ ଶେଷ କରିବାକୁ ଚାହେଁ ଭାରତ । ଆଲୋଚନା ଜରିଆରେ ୟୁକ୍ରେନ ଓ ରୁଷିଆ ଭିତରେ ବିବାଦ ଶେଷ ହୋଇପାରିବ ବୋଲି ଭାରତ ବାରମ୍ବାର କହି ଆସିଛି ।

ୟୁକ୍ରେନ – ରୁଷିଆ ଯୁଦ୍ଧକୁ ନେଇ ରୁଷ ବିରୋଧରେ ଲାଗିଥିବା କଟକଣା ସତ୍ୱେ ଭାରତ କାହିଁକି ଆମେରିକା ଠାରୁ ତୈଳ କ୍ରୟ କରୁଛି ତାହାକୁ ନେଇ ଆପତି କରିଆସୁଥିଲା ଆମେରିକା । ହେଲେ ଭାରତର ସ୍ପଷ୍ଟ ମତ ଏବଂ ମଜବୁତ ବୈଦେଶିକ ନୀତି ଆଗରେ ବାଇଡେନ୍ ପ୍ରଶାସନ ହାର ମାନିବାକୁ ବାଧ୍ୟ ହୋଇଛି । ଏବଂ ଭାରତ ରୁଷ ଠାରୁ ଅଶୋଧିତ ତୈଳ କ୍ରୟ କରିବା ପ୍ରସଙ୍ଗକୁ ସଠିକ୍ ବୋଲି ଗ୍ରହଣ କରିଛି । ହ୍ୱାଉଟ୍ ହାଉସ୍ ପ୍ରେସ ସଚିବ ମଧ୍ୟ କହିଛନ୍ତି ଭାରତ କେବଳ ୧,୨ ପ୍ରତିଶତ ତୈଳ ରୁଷିଆ ଠାରୁ କ୍ରୟ କରୁଛି ଏଥିରେ କୌଣସି ଭୁଲ ନାହିଁ ।