ଭାରତ ନିଜର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ମଜବୁତ କରିବା ଲାଗି, ୨୧ହଜାର କୋଟି ବ୍ୟୟରେ ନୈାସେନା ପାଇଁ ୧୧୧ଟି ହେଲିକପ୍ଟର କିଣିବ ।

31

କନକ ବ୍ୟୁରୋ : ଭାରତ ନିଜର ପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ କରିବା ପାଇଁ ଅନେକ ପ୍ରକାର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କିଣୁଛି । ତେବେ ମିଳିଥିବା ସୂଚନା ଅନୁସାରେ ନିକଟରେ ନୌସେନା ପାଇଁ ୧୧୧ ହେଲିକପ୍ଟର କିଣାହେବ। ଏହାର ବିଭିନ୍ନ ଘାଟିରେ ହେଲିକପ୍ଟରକୁ ନିୟୋଜିତ କରାଯିବ। ଏଥିପାଇଁ ୨୧ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ନୌସେନା ନିମନ୍ତେ ମୋଟ ୪୬ହଜାର କୋଟି ଟଙ୍କାର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରାଳୟ ମଞ୍ଜୁରି ଦେଇଛି। ତନ୍ମଧ୍ୟରେ ୨୧ହଜାର କୋଟି ଟଙ୍କାର ହେଲିକପ୍ଟର ରହିଥିବା ମନ୍ତ୍ରାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଶନିବାର ଏ ନେଇ ମନ୍ତ୍ରାଳୟର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ କମିଟି ପ୍ରତିରକ୍ଷା ସଂଗ୍ରହଣ ପରିଷଦ (ଡିଏସି) ଏକ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ହେଲିକପ୍ଟର ବାଦ୍ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ କ୍ରୟ ନିମନ୍ତେ ଏଥିରେ ୨୪,୮୭୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପ୍ରସ୍ତାବ ମୁତାବକ ଭାରତୀୟ ସେନା ନିମନ୍ତେ ୧୫୦ଟି ୧୫୫ ମିମି ଉନ୍ନତ ରାଇଫଲ୍ କଣାଯିବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ରାଇଫଲ୍ କ୍ରୟ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ରାଇଫଲ୍ ବାବଦରେ ୩,୩୬୪ କୋଟି ଟଙ୍କା ଖର୍ଚ୍ଚ ହେବ। ଭାରତ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲଘଂନ ହେଉଛି ତେବେ ସମସ୍ତ ଶତ୍ରୁ ରାଷ୍ଟ୍ରଙ୍କୁ ଉଚିତ ଜବାବ ଦେବା ପାଇଁ ଭାରତ ପେରି ଅତ୍ୟାଧୁନିକ ହେଲିକପ୍ଟର କିଣିବ ବୋଲି ଚର୍ଚ୍ଚା ଜୋର ଧରିଛି ।