ଟୋକିଓ ଅଲମ୍ପିକ୍ ଟିକେଟ୍ ପାଇଁ ଆଉ ଗୋଟିଏ ପାଦ । ଜାପାନକୁ ୭-୨ ଗୋଲରେ ମାତ୍ ଦେଇ ଏଫଆଇଏଚ୍ ଫାଇନାଲରେ ଭାରତ ।

161

କନକ ବ୍ୟୁରୋ: ଏଫଆଏଚ ପୁରୁଷ ସିରିଜ୍ ଫାଇନାଲ୍ ପ୍ରତିଯୋଗିତାର ଫାଇନାଲରେ ଭାରତ । କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ସେମିଫାଇନାଲରେ ଜାପାନକୁ ୭-୨ ଗୋଲରେ ହରାଇ ଫାଇନାଲକୁ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ । ଆସନ୍ତାକାଲି ଦଳ ବିଶ୍ୱର ଶକ୍ତିଶାଳୀ ଦେଶ ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ଭେଟିବ ।

ଆଜି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚର ପ୍ରଥମମାର୍ଦ୍ଧରେ ଭାରତୀୟ ଡିଫେଣ୍ଡର ହରମନପ୍ରୀତ୍ ସିଂ ପ୍ରଥମ ଗୋଲ ଦେଇଥିଲେ । ଏହାପରେ ୧୪ ମିନିଟରେ ବରୁଣ କୁମାର, ୨୩ ଓ ୩୭ ମିନିଟରେ ରମନଦୀପ ସିଂ ଦୁଇଟି ଗୋଲ ଦେଇଥିଲେ । ଏହାପରେ ଖେଳର ୨୫ ମିନିଟରେ ହାର୍ଦ୍ଦିକ ସିଂ, ୪୩ ମିନିଟ୍ ଗୁରସହିବଜିତ୍ ସିଂ ଏବଂ ୪୭ ମିନିଟରେ ବିବେକ ସାଗର ପ୍ରସାଦ ଅନ୍ତିମ ଗୋଲ ଦେଇ ଦଳକୁ ଫାଇନାଲ୍ ଟିକେଟ୍ ଦେବାରେ କନଫର୍ମ କରିଥିଲେ ।

କଳିଙ୍ଗ ଷ୍ଟାଡ଼ିୟମରେ ସେମିଫାଇନାଲ୍ ମ୍ୟାଚରେ ଭାରତୀୟ ଟିମର ଏଭଳି ଗୋଲ ବର୍ଷା ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରିଦେଇଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତାକାଲି ଫାଇନାଲ ଟକ୍କର ପାଇଁ ମଧ୍ୟ ଭାରତୀୟ ହକି ଟିମକୁ ଏଭଳି ସମର୍ଥନ ଦେବାକୁ କଳିଙ୍ଗ ଷ୍ଟାଡ଼ିୟମରେ ଭିଡ଼ ଜମିବ ବୋଲି ଆଶା କରାଯାଉଛି ।